ରୁଷ୍‍ରେ ମିଳିତ ସମରାଭ୍ୟାସ କରିବେ ଭାରତ-ପାକ୍‍

0

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନର ସୈନିକମାନେ ମିଳିତ ସମରାଭ୍ୟାସ କରିବାକୁ ଯାଉଛନ୍ତି। ଆସନ୍ତା ମାସରେ ରୁଷ୍‍ରେ ଏହି ସମରାଭ୍ୟାସ ହେବ। ଆତଙ୍କବାଦ ଦମନ ପାଇଁ ସାଙ୍ଘାଇ ସମନ୍ୱୟ ସମିତି (ଏସଓସି) ଦ୍ୱାରା ଆୟୋଜିତ ମିଳିତ ସମରାଭ୍ୟାସରେ ଦୁଇଦେଶ ସାମିଲ ହେବେ। ଏହି ସମରାଭ୍ୟାସରେ ଭାରତ ସୈନ୍ୟବାହିନୀର ୨୦୦ ସୈନିକ ସାମିଲ ହେବେ। ସ୍ଥଳ ସେନା ଓ ବାୟୁ ସେନାରୁ ସୈନିକମାନେ ସାମିଲ ହେବେ। ଅଗଷ୍ଟ ୨୦ରୁ ୨୯ ପର୍ଯ୍ୟନ୍ତ ପଶ୍ଚିମ-କେନ୍ଦ୍ର ରୁଷ୍‍ର ଚେଲୟାବିନ୍‍ସ୍କରେ ଏହି ସମରାଭ୍ୟାସ ହେବ। ଏହି ସମରାଭ୍ୟାସରେ ଭାରତ ଓ ପାକିସ୍ତାନ ସହିତ ଏସଓସିର ଅନ୍ୟ ସଦସ୍ୟ ରାଷ୍ଟ୍ର ଯଥା ରୁଷ୍‍, ଚୀନ, କିର୍ଗିଜସ୍ତାନ, କାଜାଖସ୍ତାନ, ତାଜିକସ୍ତାନ ଓ ଉଜ୍‍ବେକିସ୍ତାନ ସାମିଲ ହେବେ। କ୍ୱିଙ୍ଗଡୌ ସହରରେ ସାଙ୍ଘାଇ ସମନ୍ୱୟ ସମିତି ବୈଠକ ହେବାର ତିନିମାସ ପରେ ଏହି ସମରାଭ୍ୟାସ ହେବାକୁ ଯାଉଛି।

Leave A Reply