www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟସଭା ପରେ ଲୋକସଭାରେ ମଧ୍ୟ କୃଷି ବିଲକୁ ବିରୋଧ

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ବୁଧବାର ଦିନ ସଂସଦ ପରିସରରେ ଗାନ୍ଧୀ ଏବଂ ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରେ ରାଜ୍ୟସଭାରେ ପାରିତ ହୋଇଥିବା କୃଷି ବିଲ୍ ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି। ନିଲମ୍ବିତ ସାଂସଦଙ୍କ ସହ ମିଶି ଗତକାଲି ଲୋକସଭାକୁ ବର୍ଜନ କରିଥିବା ବିରୋଧୀ ସାଂସଦମାନେ ମଧ୍ୟ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏ ନେଇ ଏନସିପି ସାଂସଦ ସୁପ୍ରିୟା ସୁଲେ କହିଛନ୍ତି ଯେ ଏହି ସାଂସଦମାନେ ଅଧିବେଶନରେ ଯୋଗଦେବେ ନାହିଁ। କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ଗୃହ ପ୍ରକ୍ରିୟାକୁ ବର୍ଜନ କରୁଛୁ। ସେମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରୁ ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପଦଯାତ୍ରା ସମୟରେ ପ୍ଲାକାର୍ଡ ଧରି ସଂସଦ କମ୍ପ୍ଲେକ୍ସରେ ବିରୋଧ ପ୍ରଦର୍ଶନ କରିଥିଲେ।

- Advertisement -

ସେମାନେ କାହିଁକି ଆମ୍ବେଦକର ପ୍ରତିମୂର୍ତ୍ତି ଅଭିମୁଖେ ଯାତ୍ରା କଲେ ବୋଲି ଲୋକସଭାରେ କଂଗ୍ରେସର ମାଣିକମ୍ ଟାଗୋର କହିଛନ୍ତି ଯେ ଗଣତନ୍ତ୍ରର ମନ୍ଦିରରେ କୌଣସି ନ୍ୟାୟ ନାହିଁ। ସେ କହିଛନ୍ତି, ଆମେ ନ୍ୟାୟ ମାଗିବାକୁ ଯାଇଥିଲୁ ଏବଂ ସେଠାରେ ନ୍ୟାୟ ମିଳିଲା ନାହିଁ। ଏଠି ବିରୋଧର ସ୍ୱାଧୀନତା ନାହିଁ। ରାଜ୍ୟସଭାରେ ସରକାରଙ୍କ ସଂଖ୍ୟାଗରିଷ୍ଠତା ନାହିଁ ତଥାପି ସେମାନେ ବିଲ୍ ପାରିତ କରିଛନ୍ତି। ଏସବୁ ଭିତରେ ନ୍ୟାୟ କେଉଁଠାରେ ଅଛି ବୋଲି କଂଗ୍ରେସ ସାଂସଦ କହିଛନ୍ତି। ଏହି ପ୍ରତିବାଦରେ ଭାଗ ନେଉଥିବା କଂଗ୍ରେସ ସାଂସଦ ଆଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ଆମେ ଆମ ସମୟରେ ସଂସ୍କାର ଅଣିଥିଲୁ। ସରକାର ଶ୍ରମିକ ଏବଂ କୃଷକଙ୍କ ବିରୋଧରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରୁଛନ୍ତି ବୋଲି ସେ କହିଛନ୍ତି।

ପୂର୍ବରୁ ଆଜି ରାଜ୍ୟସଭା ବିରୋଧୀ ଦଳ ସଦସ୍ୟମାନେ ଆଜି ସଂସଦ ସଦନ ପରିସର ମଧ୍ୟରେ କୃଷି କ୍ଷେତ୍ରର ଦୁଇଟି ବିଲ୍‍ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଦସ୍ୟମାନେ ପ୍ଲା କାର୍ଡ ପ୍ରଦର୍ଶନ କରି ପ୍ରତିବାଦ ପଦଯାତ୍ରା କରିଥିଲେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦ କହିଥିଲେ, ସେ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିବେ। ସେହି ସ୍ମାରକପତ୍ରରେ ୧୫ଟି ବିରୋଧୀ ଦଳର ସଦସ୍ୟମାନେ ସ୍ୱାକ୍ଷର କରିଛନ୍ତି। ରାଜ୍ୟସଭାରେ ଯେଉଁଭଳି ଭାବେ କୃଷି କ୍ଷେତ୍ରର ଦୁଇଟି ବିଲ୍‍ ପାସ୍‍ କରାଗଲା ତାହାର ପ୍ରତିବାଦରେ ଏହି ସ୍ମାରକପତ୍ର ପ୍ରଦାନ କରାଯିବ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories