www.samajalive.in
Saturday, December 13, 2025
23.1 C
Bhubaneswar

ବଲାଙ୍ଗିରରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା; ମଶାଣୀରେ ନାହିଁ ବିଦ୍ୟୁତ ଚୁଲା, ଅସୁରକ୍ଷିତ ଭାବେ ଚାଲିଛି ଦାହ ସଂସ୍କାର

ବଲାଙ୍ଗିର: ବଲାଙ୍ଗିର ସହର ଏକ ବ୍ୟବସ୍ଥିତ ସହର ଭାବେ ନାଁ ରହିଛି। କିନ୍ତୁ ଏହି ସହରରେ ଏପର୍ଯ୍ୟନ୍ତ ବିଦ୍ୟୁତ ଚୁଲା ବିଶିଷ୍ଟ ମଶାଣୀ ଗୃହ ତିଆରି ହୋଇପାରିନାହିଁ। ସହରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କରୋନା ରୋଗୀଙ୍କ ଶବକୁ ସହର ବାହାରେ ବିଜାଖମନ ଠାରେ ଥିବା ମଶାସୀରେ ଦାହ କରାଯାଉଥିବା ଜଣାପଡ଼ିଛି। ଏମିତିରେ ଏହି ସୁରକ୍ଷିତ ନଥିବା ସତ୍ୱେ ବିଦ୍ୟୁତ ଚାଳିତ ଚୁଲାର ବ୍ୟବସ୍ଥା ନଥିବାରୁ ସେଠାରେ ପୋଡିବାକୁ ପ୍ରଶାସନ ବାଧ୍ୟ ହେଉଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
ବଲାଙ୍ଗିର ସହରରେ ଗତ କିଛି ଦିନ ଭିତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଗତ କିଛି ଦିନ ତଳେ ବଲାଙ୍ଗିର ଜିଲାରେ କାର୍ଯ୍ୟରତ ଥିବା ଇନ୍ସପେକ୍ଟର ବିଜୟାନନ୍ଦ କରକରାଙ୍କ ମୃତ୍ୟୁ ହୋଇଥିଲା। ଜିଲା ପୁଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିବା ପରେ ବିଜାଖମନ ଠାରେ ଥିବା ମଶାଣିରେ ତାଙ୍କ ଦାହ ସଂସ୍କାର କରାଯାଇଥିଲା। କିଛି ରୋଗୀଙ୍କ ଶବ ସେମାନେ ଚିକିତ୍ସିତ ହେଉଥିବା ଅଞ୍ଚଳରେ ଦାହ ସଂସ୍କାର କରାଯାଇଥିବା ବେଳେ ସହର ଭିତରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ଦାହ ସଂସ୍କାର ପାଇଁ ସ୍ଥାନୀୟ ଅଞ୍ଚଳରେ ଥିବା ମଶାଣୀକୁ ବ୍ୟବହାର କରାଯାଉଛି। ସହରର ବିଭୂତିପଡା ଓ ବିଜାଖମନ ଠାରେ ଦୁଇଟି ମଶାଣୀ ପୈାରପ୍ରଶାସନ ଅଧିନରେ ରହିଛି। କିନ୍ତୁ ଏହି ମଶାଣୀ ମାନଙ୍କରେ ବିଦ୍ୟୁତଚାଳିତ ଚୁଲାର ବ୍ୟବସ୍ଥା ନାହିଁ। ଏହି ମଶାଣୀର ପୁନରୁଦ୍ଧାର ପାଇଁ ପୂର୍ବରୁ ଦାବି ହୋଇଥିବା ବେଳେ ତାହା ସମ୍ଭବ ହୋଇନଥିଲା। ବିଭୂତିପଡାରେ ଥିବା ମଶାଣୀ କାମ କିଛିଟା ହୋଇଥିବା ବେଳେ ସେଠାରେ ମଧ୍ୟ ବିଦ୍ୟୁତଚାଳିତ ଚୁଲାର ବ୍ୟବସ୍ଥା ନାହିଁ। ତେବେ କରୋନାରେ ସଂକ୍ରମିତ ଥିବା ରୋଗୀ ମାନଙ୍କୁ ପୋଡିବା ଏକ ବଡ ସମସ୍ୟା ପାଲଟିଥିଲା। ବଲାଙ୍ଗିୁର-ଟିଟିଲାଗଡ ରାସ୍ତାରେ ଥିବା ବିଜାଖମନ ମଶାଣୀ ଜନବସତିରୁ ଦୂରରେ ରହିଥିବାରୁ କରୋନା ରୋଗୀଙ୍କ ମୃତ୍ୟୁ ପରେ ସେମାନଙ୍କ ଶହ ସେଠାରେ ଦାହ ସଂସ୍କାର କରାଯାଉଥିବା ପୈାରନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଏହି ମଶାଣୀକୁ କରୋନା ରୋଗୀଙ୍କ ଶବ ପୋଡିବା ପାଇଁ ବ୍ୟବହାର ହେଉଥିବାରୁ ବିଜାଖମନ ଅଞ୍ଚଳର ବାସିନ୍ଦା ମାନେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି। ବଲାଙ୍ଗିର ଭଳି ଏକ ସହରରେ ବିଦ୍ୟୁତ ଚୁଲା ବ୍ୟବସ୍ଥା ଥିବା ମଶାଣୀ ଏପର୍ଯ୍ୟନ୍ତ ହୋଇ ନ ପାରିବା ନିହାତି ଭାବେ ଏକ ଦୁର୍ଭାଗ୍ୟଜନକ ବିଷୟ। ତେବେ ଏନେଇ ପୈାରନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କ କହିହା ଅନୁସାରେ ପୈାର ପ୍ରଶାସନ ଅଧିନରେ ଦୁଇଟି ମଶାଣୀ ରହିଛି କିନ୍ତୁ ବିଦ୍ୟୁତ ଚାଳିତ ଚୁଲାର ବ୍ୟବସ୍ଥା ହୋଇନାହିଁ। ଏନେଇ ୫୦ ଲକ୍ଷ ଟଙ୍କାର ଏକ ପ୍ରସ୍ତାବ ରଖାଯାଇଛି। ତାହା ମଞ୍ଜୁର ହେବା ପରେ ନଗର ଉନ୍ନୟନ ବିଭାଗ ତରଫରୁ ବିଜାଖମନ ଠାରେ ନିର୍ମାଣ କରାଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories