www.samajalive.in
Friday, December 12, 2025
19.1 C
Bhubaneswar

ୟୁପି ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କୁ ଜାମିନ ପ୍ରଦାନ ସୁପ୍ରିମକୋର୍ଟରେ ସ୍ଥଗିତ

ଏକ ଗଣଦୁଷ୍କର୍ମ ମାମଲାରେ ଜେଲରେ ଥିବା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କୁ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ଦୁଇ ମାସ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ଆଲ୍ଲାହାବାଦ ହାଇକୋର୍ଟ ଦେଇଥିବା ଅନୁମତି ଉପରେ ସୁପ୍ରିମକୋର୍ଟ ଆଜି ସ୍ଥଗିତାଦେଶ ଜାରି କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦାଖଲ ହୋଇଥିବା ଆବେଦନ ଉପରେ ପ୍ରଜାପତିଙ୍କୁ ନୋଟିସ୍ ଜାରି କରିଛନ୍ତି।

୨୦୧୭ ମାର୍ଚ୍ଚରୁ ଏକ ଗଣଦୁଷ୍କର୍ମ ମାମଲାରେ ଜେଲରେ ଥିବା ପ୍ରଜାପତିଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ମେଡିକାଲ ବୋର୍ଡ ଦେଇଥିବା ରିପୋର୍ଟ ଅନୁଯାୟୀ ଆହ୍ଲାବାଦ ହାଇକୋର୍ଟ ପ୍ରଜପତିଙ୍କୁ ଦୁଇ ମାସ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।

- Advertisement -

ସୂଚନା ଅନୁଯାୟୀ, ଚିତ୍ରକୋଟର ଜଣେ ମହିଳା ଅଭିଯୋଗ କରିଥିଲେ ଯେ ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ବେଳେ ପ୍ରଜାପତି ଏବଂ ତାଙ୍କର ଛ’ ଜଣ ସହଯୋଗୀ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ଓ ତାଙ୍କ ନାବାଳିକା ଝିଅ ପ୍ରତି ଅସଦାଚରଣ କରିବାକୁ ଉଦ୍ୟମ କରିବା ପରେ ଲକ୍ଷ୍ନୌର ଗୌତମପଲ୍ଲୀ ପୁଲିସ ଷ୍ଟେସନରେ ୨୦୧୭ରେ ଏହି ମାମଲା ପଞ୍ଜିକୃତ ହୋଇଥିଲା।

ତେବେ ଉତ୍ତରପ୍ରଦେଶ ପୁଲିସ ପ୍ରଜାପତିଙ୍କ ବିରୋଧରେ ପ୍ରଥମେ ମାମଲା ପଞ୍ଜିକରଣ କରିବାକୁ ମନା କରିବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଜାପତିଙ୍କ ବିରୋଧରେ ଗଣଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲା ପଞ୍ଜିକୃତ ହୋଇଥିଲା।

ପରେ ମହିଳା ଜଣକ ୨୦୧୯ରେ ପ୍ରୟାଗରାଜରେ ଅନୁଷ୍ଠିତ ସ୍ୱତନ୍ତ୍ର ସାଂସଦ-ବିଧାୟକ କୋର୍ଟରେ ନିଜର ବିବୃତ୍ତି ପ୍ରତ୍ୟାହାର କରିନେଇଥିଲେ। ସେ କହିଥିଲେ ଯେ ପ୍ରଜାପତି ତାଙ୍କ ସହ ଗଣଦୁଷ୍କର୍ମରେ ଲିପ୍ତ ନ ଥିଲେ, କେବଳ ପ୍ରଜାପତିଙ୍କ ଦୁଇ ସହଯୋଗୀ ଏହି କାଣ୍ଡ କରିଥିଲେ। ତେବେ ପ୍ରଜାପତି କହିଛନ୍ତି ଯେ ସେହି ମାମଲାରେ ତାଙ୍କୁ ମିଥ୍ୟା ଅଭିଯୋଗ ବଳରେ ଜଡିତ କରାଯାଇଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories