www.samajalive.in
Friday, December 12, 2025
19.1 C
Bhubaneswar

ସମ୍ବେଦନଶୀଳ ତଥ୍ୟ ପ୍ରଘଟ ମାମଲା, ପୁଲିସ ହେପାଜତରେ ସାମ୍ବାଦିକ ଓ ଚୀନ୍ ମହିଳା

ଚୀନ ଗୁପ୍ତଚରମାନଙ୍କୁ ସମ୍ବେଦନଶୀଳ ତଥ୍ୟ ପ୍ରଦାନ ଅଭିଯୋଗରେ ଆଜି ଦିଲ୍ଲୀର ଏକ କୋର୍ଟ ଜଣେ ଚୀନ୍ ମହିଳାଙ୍କ ସମେତ ଅନ୍ୟ ଜଣେ ଫ୍ରିଲାନ୍ସ ସାମ୍ବାଦିକ ରାଜୀବ ଶର୍ମାଙ୍କୁ ୭ ଦିନିଆ ପୁଲିସ ରିମାଣ୍ଡକୁ ପଠାଇଛନ୍ତି। ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ ପୱନ ସିଂ ରାଜବତ ଆଜି ପୁଲିସ ରିମାଣ୍ଡ ସମୟ ସମାପ୍ତ ହେବା ପରେ ପୁଣି ୭ ଦିନ ପାଇଁ ପୁଲିସ ରିମାଣ୍ଡ ଅବଧି ବୃଦ୍ଧି କରିଛନ୍ତି। ସାମ୍ବାଦିକ ଶର୍ମାଙ୍କ ଓକିଲ ପୁଲିସ ହେପାଜତ ମୀଆଦ ବୃଦ୍ଧି ଆବେଦନକୁ ବିରୋଧ କରିଥିଲେ।

ଦିଲ୍ଲୀ ପୁଲିସର ସୂଚନାନୁସାରେ, ସେପ୍ଟେମ୍ବର ୧୪ରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ସାମ୍ବାଦିକ ରାଜୀବ ଶର୍ମାକୁ ଚୀନ୍ ଗୁପ୍ତଚରଙ୍କ ନିକଟକୁ ସମ୍ବେଦନଶୀଳ ସୂଚନା ପଠାଇଥିବା ଅଭିଯୋଗରେ ଗିରଫ କରିଥିଲା। ପୁଲିସ୍ କହିଛି ଯେ ଜଣେ ଚୀନ୍ ମହିଳା ଏବଂ ତାଙ୍କ ନେପାଳ ସହଯୋଗୀ ମଧ୍ୟ ତାଙ୍କୁ ସେଲ୍ କମ୍ପାନୀ ମାଧ୍ୟମରେ ବିପୁଳ ପରିମାଣର ଟଙ୍କା ଦେଇଥିବାରୁ ଗିରଫ କରାଯାଇଛି।

- Advertisement -

ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ କହିଛି ଯେ ନୂଆଦିଲ୍ଲୀ ପିତମପୁରାର ବାସିନ୍ଦା ଶର୍ମାଙ୍କ ନିକଟରେ କିଛି ପ୍ରତିରକ୍ଷା ସମ୍ବନ୍ଧୀୟ ଦସ୍ତାବିଜ ଥିବା ଜଣାପଡିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories