www.samajalive.in
Friday, December 12, 2025
26.1 C
Bhubaneswar

ଆଉ କିଛି ସମୟପରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୧୩ତମ ସଂସ୍କରଣର ତୃତୀୟ ଲିଗ୍‌ ମ୍ୟାଚରେ ଆଉ କିଛି ସମୟ ପରେ ସନ୍ଧ୍ୟା ୭ଟା ୩୦ରେ ପୂର୍ବ ଚମ୍ପିଆନ ସନରାଇଜର୍ସ ହାଇଦ୍ରାବାଦ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଭେଟାଭେଟି ହେବେ। ଦୁବାଇରେ ଉକ୍ତ ମ୍ୟାଚ ଖେଳାଯିବ। ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରାରମ୍ଭରୁ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ରଖିଥିବାବେଳେ ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ବାଧୀନ ସନରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟ ଭଲ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ୨୦୧୬ରେ ଆଇପିଏଲର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିବା ସନରାଇଜର୍ସ ହାଇଦ୍ରାବାଦ୍‌ ଦଳରେ କେନ୍‌ ୱିଲିୟମସନ, ଡେଭିଡ୍‌ ୱାର୍ଣ୍ଣର,ମନୀଷ ପାଣ୍ଡେ, ଶ୍ରୀବତ୍ସ ଗୋସ୍ବାମୀ, ରିଦ୍ଧିମାନ ସାହାଙ୍କ ଭଳି ଷ୍ଟାର ବ୍ୟାଟ୍ସମ୍ୟାନ ରହିଛନ୍ତି। ବିଜୟ ଶଙ୍କର ଓ ମିଚେଲ ମାର୍ଶଙ୍କ ଭଳି ଅଲ୍‌ରାଉଣ୍ଡର ମଧ୍ୟ ଦଳରେ ରହିଛନ୍ତି। ବୋଲିଂରେ ଭୁବନେଶ୍ବର କୁମାର, ଖଲିଲ୍‌ ଅହମ୍ମଦ, ସନ୍ଦୀପ ଶର୍ମା, ରସିଦ୍ ଖାନ, ସାହାବାଜ୍‌ ନଦିମ ପ୍ରମୁଖ ରହିଛନ୍ତି। ବିରାଟ କୋହଲି, ଆରୋନ ଫିଞ୍ଚ, ଏ.ବି ଡିଭିଲିୟର୍ସଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ନେଇ ଦଳ ଗଠିତ ଆର୍‌ସିବିରେ ଶିଭମ ଦୁବେ, କ୍ରିସ୍‌ ମୋରିସ୍, ୱାଶିଂଟନ ସୁନ୍ଦର, ଜୋସ୍‌ ଫିଲିପ୍ସ, ମୋଇନ୍ ଅଲ୍ଳୀ, ଦେବଦତ୍ତ ପାଡ଼ିକଲ, ଗୁରୁକିରତ୍ ସିଂହଙ୍କ ଭଳି ଯୁବ ଖେଳାଳି ରହିଛନ୍ତି । ଫାଷ୍ଟ ବୋଲିଂ ବିଭାଗରେ ଉମେଶ ଯାଦବ, ନବଦୀପ୍ ସଇନି, ଇସ୍ରୁ ଉଦାନା, ମହମ୍ମଦ ସିରାଜ୍‌ ପ୍ରମୁଖ ରହିଛନ୍ତି। ସ୍ପିନ ବିଭାଗରେ ଯୁଜୁବେନ୍ଦ୍ର ଚହଲ ପ୍ରମୁଖ ଦାୟିତ୍ବ ତୁଲାଇବେ। ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ କେହି କାହାରିଠାରୁ କମ୍‌ ନୁହଁନ୍ତି। ତେବେ ଆଜିର ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖ ଯୋଗ୍ୟ, ଚଳିତ ଆଇପିଏଲର ଉଦ୍‌ଘାଟନୀ ମ୍ୟାଚ୍ ଚେନ୍ନଇ ସୁପର କିଙ୍ଗ୍ସ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିଲେ। ଯେଉଁଥିରେ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗସ୍ ବିଜୟୀ ହୋଇଥିଲା। ସେହିପରି ଗତକାଲିର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଏକାଦସ ପଞ୍ଜାବ ମୁହାଁମୁହିଁ ହୋଇଥିଲେ। ଯାହା ଅତ୍ୟନ୍ତ ରୋମାଞ୍ଚକର ମ୍ୟାଚ୍ ହୋଇଥିଲା ଏବଂ ସୁପର ଓଭରରେ ଦିଲ୍ଲୀ ବିଜୟୀ ହୋଇଥିଲା।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories