www.samajalive.in
Wednesday, December 10, 2025
14.1 C
Bhubaneswar

ବଲାଙ୍ଗିରରେ ବଢ଼ି ଚାଲିଛି ବେଆଇନ କରତ କଳ; କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ସ୍ଥାନୀୟ ଅଧିକାରୀ, ମୁଖିଆ କରୁଛନ୍ତି ଚଢାଉ

ବଲାଙ୍ଗିର: ବଲାଙ୍ଗିର ଜିଲା ସାଲେଭଟା ବନାଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ବେଆଇନ କରତକଳ। ଦିନରାତ୍ରି ଏହି ବେଆଇନ କରତକଳ ମାନଙ୍କରେ କାଠ କଟାଯାଉଥିବା ବେଳେ ସ୍ଥାନୀୟ ବନ ବିଭାଗ ପାଖରେ ସୂଚନା ନାହିଁ। ଅଥଚ ବଲାଙ୍ଗିରରୁ ନିଜେ ଡିଏଫଓ ମୋବାଇଲ ଟିମ ନେଇ ସେଠାରେ ଚଢାଉ କରି ବହୁ ପରିମାଣର କାଠସାମଗ୍ରୀ ଓ କରତକଳ ଜବତ କରୁଥିବା ଦେଖିବାକୁ ମିଲିଛି। ଗତ କିଛି ଦିନ ଭିତରେ ଏହି ବନାଞ୍ଚଳରେ ଏକାଧିକ ଚଢାଉ କରାଯାଇଥିବା ସୂଚନା ମିଲିଛି। ତେବେ ଏହି ଘଟଣା ପରେ ଏଠି ପ୍ରଶ୍ନ ଉଠୁଛି ଯେ ସ୍ଥାନୀୟ ଅଧିକାରୀଙ୍କ ଜାଣତରେ ଏହି କରତକଳ ଚାଲୁଛି ନା ସେମାନେ ମଧ୍ୟ ଏନେଇ ସୂଚନା ପାଉନାହାନ୍ତି ? ଓ ଗୁରୁତର ବିଷୟ ଟି ହେଉଛି ଏହି ଚଢଉ ମାନଙ୍କରେ ସ୍ଥାନୀୟ ଅଧିକାରୀ ମାନଙ୍କୁ ସାମିଲ କରା ନ ଯିବା ବିଭାଗୀୟ ଦୁର୍ବଳତାକୁ ମଧ୍ୟ ପଦାରେ ପକାଇଛି।
ଦୁଇ ଦିନ ତଲେ ଆଗଲପୁର ବ୍ଲକ ଗୁଡିମୁଣ୍ଡା ଠାରେ ବନ ବିଭାଗର ଏକ ଟିମ ଚଢଉ କରିଥିଲା। ସେଠାରେ ଥିବା ଏକ ବେଆଇନ କରତକଳରେ କାଠ କଟା ଚାଲିଥିବା ବେଳେ ଡିଏଫଓ ସମୀର ଶତପଥୀଙ୍କ ନେତୃତ୍ୱରେ ଏହି ଟିମ ଚଢାଉ କରିଥିଲା। ସେଠାରୁ ବହୁ ପରିମାଣର ସାଇଜ କାଠ, କରତକଳ ସାମଗ୍ରୀ ଜବତ କରି ବଲାଙ୍ଗିର ଆଣିଥିଲା। ଏନେଇ ସ୍ଥାନୀୟ ଫରେଷ୍ଟର କିମ୍ବା ରେଞ୍ଜରଙ୍କ ପାଖରେ କୈାଣସି ସୂଚନା ନଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସେହିପରି ଏହି ଚଢାଉର କିଛି ଦିନ ପୂର୍ବରୁ ଏହି ବନାଞ୍ଚଳର ଅଧିନସ୍ଥ ଫଟାମୁଣ୍ଡା ଠାରେ ଏକ ଚଢଉ ହୋଇଥିଲା। ସେଠାରୁ ମଧ୍ୟ ବହୁ ପରିମାଣର କାଠ ସାମଗ୍ରୀ ଓ କରତକଳ ଜବତ ହୋଇଥିଲା। ଏହା ପୂର୍ବରୁ ଏହି ଅଞ୍ଚଳର ସାଲେଭଟା, ଡୁଡୁକା, ବାଇଗଣଖାରୀ, ଡୁଡୁକାମୁଣ୍ଡା ଭଳି ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ଥିବା କରତକଳରେ ଚଢାଉ ହୋଇ ଲକ୍ଷ ଲକ୍ଷ ଟଙ୍କାର କାଠ ଓ କରତକଳ ସାମଗ୍ରୀ ଜବତ ହୋଇଛି।

ତଥାପି ଏହି ଅଞ୍ଚଳରେ କିଛି ଦିନ ଭିତରେ ପୁଣି ଛତୁ ଫୁଟିଲା ଭଳି ବେଆଇନ କରତକଳ ଆରମ୍ଭ ହେଉଛି। ଆଲୋଚନାର ବିଷୟଟି ହେଉଛି ଏହି କରତକଳ ବିଷୟରେ ସ୍ଥାନୀୟ ଫରେଷ୍ଟର କେମିତି ସୂଚନା ପାଉନାହାନ୍ତି। ନା ତାଙ୍କ ଅନୁମତିରେ ଏହି ସବୁ କାରବାର ଚାଲିଛି ବୋଲି ବିଭାଗୀୟ ଅଧିକାରୀ ମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ଲୋଇସିଂହା ରେଞ୍ଜର ଏହି ବନାଞ୍ଚଳରେ ହେଉଥିବା ପ୍ରାୟ ସମସ୍ତ ଚଢାଉ ସମୟରେ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦିଆଯାଉନଥିବା ଜଣାପଡ଼ିଥିବା ବେଳେ ଅଧିକାରୀଙ୍କ ଉପରେ ଉପରିସ୍ଥ ବାବୁଙ୍କ ଆସ୍ଥା କେତେ ରହିଛି ତାହା ସ୍ପଷ୍ଟ ଜଣାପଡ଼ିଛି। ଯଦି ଏହିଭଳି ଭାବେ ବେଆଇନ କରତକଳ ଚାଲେ ତେବେ ସାଲେଭଟା ଅଞ୍ଚଳରେ ଥିବା ସଂରକ୍ଷିତ ଜଙ୍ଗଳ ନଷ୍ଟ ହେବାର ଆଶଙ୍କା ରହିଛି। ଡିଏଫଓଙ୍କ ନେତୃତ୍ୱରେ ହେଉଥିବା ଚଢାଉରେ ସ୍ଥାନୀୟ ଅଧିକାରୀଙ୍କୁ ସାମିଲ ନକରିବା ଘଟଣା ବିଭାଗୀୟ ଦୋଷ ଦୁର୍ବଳତାକୁ ମଧ୍ୟ ପଦାରେ ପକାଇଛି। ଏନେଇ ଡିଏଫଓ ସମୀର ଶତପଥୀ ଏହି ରେଞ୍ଜରେ ଚାଲିଥିବା ବେଆଇନ କାରବାରକୁ ନେଇ ନିଜ ଅସହାୟତା ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories