www.samajalive.in
Monday, December 8, 2025
14.1 C
Bhubaneswar

୯ଟି ରାଜପଥ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ବିହାରରେ ୧୪ ହଜାର ୨୫୮ କୋଟି ଟଙ୍କା ସମ୍ବଳିତ ୯ଟି ରାଜପଥ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଅଧୀନରେ ୩୫୦ କିଲୋମିଟର ଦୀର୍ଘ ସଡ଼କ ନିର୍ମାଣ ହେବ ଓ ଏ ବାବଦରେ ୪ ହଜାର ୨୫୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବ୍ୟତୀତ ୩୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ପାଟନା ରିଙ୍ଗରୋଡ୍‍କୁ ୬ ଲାଇନ୍‍ ବିଶିଷ୍ଟ ସଡ଼କରେ ପରିଣତ କରାଯିବ। ତା’ଛଡ଼ା ୩୦ ନମ୍ବର ଜାତୀୟ ରାଜପଥର ଆରା-ମୋହନିଆ ସଡ଼କକୁ ୪ ଲାଇନ୍‍ ବିଶିଷ୍ଟ ସଡ଼କରେ ପରିଣତ କରାଯିବ। ୩୧ ନମ୍ବର ଜାତୀୟ ରାଜପଥର ବଖତିଆରପୁର-ରାଜୌଲି ସେକ୍ସନ ଏବଂ ୧୩୧-ଏ ଜାତୀୟ ରାଜପଥର ନରେନପୁର-ପୂର୍ଣ୍ଣିଆ ସେକ୍ସନକୁ ମଧ୍ୟ ୪ ଲାଇନ୍‍ ବିଶିଷ୍ଟ ସଡ଼କରେ ପରିଣତ କରାଯିବ।

ଏହି ରାଜପଥ ପ୍ରକଳ୍ପ ନିର୍ମାଣ ହେଲେ ଉତ୍ତମ ସଡ଼କ ସଂଯୋଗ ବ୍ୟବସ୍ଥା ସ୍ଥାପନ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ। ପଡ଼ୋଶୀ ରାଜ୍ୟ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡକୁ ମାଲ ପରିବହନ ଓ ଗମନାଗମନ ବ୍ୟବସ୍ଥାରେ ମଧ୍ୟ ଏହା ଉନ୍ନତି ଆଣିବ।

- Advertisement -

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ବିହାରର ମୌଳିକ ଢ଼ାଞ୍ଚା ବିକାଶ ପାଇଁ ୨୦୧୫ରେ ଏକ ସ୍ୱତନ୍ତ୍ର ସହାୟତା ବିଷୟ ଘୋଷଣା କରିଥିଲେ। ତାହା ମଧ୍ୟରେ ୫୪ ହଜାର ୭ କୋଟି ଟଙ୍କା ସମ୍ବଳିତ ୭୫ଟି ପ୍ରକଳ୍ପ ଥିଲା। ସେଗୁଡ଼ିକ ମଧ୍ୟରୁ ୧୩ଟି ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଓ ୩୮ଟି ପ୍ରକଳ୍ପର କାର୍ଯ୍ୟ ଚାଲିଛି। ଆଜି ପ୍ରଧାନମନ୍ତ୍ରୀ ୩ଟି ବୃହତ ପୋଲକୁ ମଧ୍ୟ ଉଦ୍‍ଘାଟନ କରିଛନ୍ତି। ଏଥି ସହିତ ଗଙ୍ଗାନଦୀ ଉପରେ ପୋଲଗୁଡ଼ିକର ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଅପ୍ଟିକାଲ୍‍ ଫାଇବର୍‍ ଇଣ୍ଟରନେଟ ସେବାକୁ ମଧ୍ୟ ଉଦ୍‍ଘାଟନ କରିଛନ୍ତି। ଏହି ନେଟୱାର୍କ ଯୋଗୁଁ ବିହାରର ୪୫ ହଜାର ୯୪୫ଟି ଗ୍ରାମକୁ ଅପ୍ଟିକାଲ୍‍ ଫାଇବର୍‍ ଇଣ୍ଟରନେଟ୍‍ ସେବା ଯୋଗାଇ ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories