www.samajalive.in
Sunday, December 7, 2025
14.1 C
Bhubaneswar

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଆରୋଗ୍ୟ କାମନା କରି ଶାନ୍ତି ଯଜ୍ଞ

ଫୁଲବାଣୀ : ଓଡିଶା ରାଜ୍ୟ ସରକରଙ୍କ ପରିବହନ ଓ ଯୋଜନା ସମନ୍ୱୟ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଏବଂ ତାଙ୍କ ଧର୍ମପତ୍ନୀ ତଥା ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରମତୀ ବିଷ୍ଣୁପ୍ରିୟା ବେହେରାଙ୍କ ସମେତ ତାଙ୍କ ପରିବାରର ଅନ୍ୟକିଛି ସଦସ୍ୟ  କରୋନା ଆକ୍ରାନ୍ତ ହେବା ପରେ ବର୍ତମାନ ସମସ୍ତେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ଜଣାପଡିବା ପରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅନଚଳରେ ତାଙ୍କ ସମର୍ଥକମାନେ ତାଙ୍କର ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଫିରିଙ୍ଗିଆ ଅଞ୍ଚଳର ଜଣାଶୁଣା ଠିକାଦାର ତଥା ସମାଜସେବୀ ପ୍ରଶାନ୍ତ କୁମାର ନାଏକଙ୍କ ନେତୃତ୍ୱରେ ଫିରିଙ୍ଗିଆ ବ୍ଲକ ରତଙ୍ଗ ଠାରେ ଥିବା ଭୋଲେଶ୍ୱର ଶୈବ ପିଠ ଠାରେ ମନ୍ତ୍ରୀ ଓ ତାଙ୍କ ପରିବାରର ଆସୁ ଆରୋଗ୍ୟ କାମନା କରି ୧୦୮ ବେଲପତ୍ର ଲାଗି କରିବା ସହ ଏକ ନବଗ୍ରହ ଶାନ୍ତି ଜଜ୍ଞ ଅନୁଷ୍ଠିତ କରାଯାଇଥିଲ।। ଜଣାଶୁଣା ପୂଜକ ପଣ୍ଡିତ ଶିମାଞ୍ଚଳ ପଣ୍ଡା ପୂଜକ ଭାବରେ ଯୋଗ ଦେଇଥିବା ବେଳେ ଖୋଦ ଶ୍ରୀ ପ୍ରଶାନ୍ତ ନାଏକ କର୍ତ୍ତା ଭାବରେ ଦାୟିତ୍ୱ ସମ୍ପାଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧି ସୁବ୍ରତ କୁମାର ମହାନ୍ତି, ଚଳଚିତ୍ର ଅଭିନେତା ଗୁନା ମହାପାତ୍ର, ରତଙ୍ଗ ପାଟଭୁକ୍ତା ବିମଳ ମହାକୁଡ, ଅନଙ୍ଗ ମାହାକୁଡଙ୍କ ସହ ଭୋଲେଶ୍ୱର ଶୈବପିଠର ସମସ୍ତ ପୂଜକ ବାଡଗ୍ରାହି ଶେବାୟତ ରତଙ୍ଗ ଅନଚଳର ତଥା ମନ୍ତ୍ରୀଙ୍କ ବହୁ ସମର୍ଥକ ଉପସ୍ଥିତ ଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories