www.samajalive.in
Saturday, December 13, 2025
23.1 C
Bhubaneswar

କାଠ ଗଣ୍ଡିରେ ବୃଦ୍ଧ ଭାସି ଯିବା ଘଟଣା ; ୨୪ ଘଣ୍ଟା ପରେ ମଧ୍ୟ ପତ୍ତା ନାହିଁ

ଫୁଲବାଣୀ/ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଂଚାୟତର ୧୨ନମ୍ବର ୱାର୍ଡରେ ଥିବା  ସୁନାପାଙ୍ଗା ଗ୍ରାମକୁ ଯିବା ପାଇଁ ରାସ୍ତା ନଥିବା ବେଳେ ଗାଁ ପୁର୍ବରୁ ଥିବା ଖଡ଼ଗ ନଦୀଉପରେ ଗ୍ରାମବାସୀମାନେ କାଠଗଣ୍ଡି ପକାଇ ଯାତାୟାତ କରୁଥିବା ବେଳେ ଗତକାଲି ଅପରାହ୍ନରେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି। ନିଖୋଜକୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।

ସୂଚନାଯୋଗ୍ୟ, ଗତକାଲି ଦିନ ପ୍ରାୟ ସାଢ଼େ ୩ଟା ସମୟରେ ବିଶିକେଶନ ନାୟକ (୬୦)ନାମକ ଜଣେ ବୃଦ୍ଧ କାଠଗଣ୍ଡିରେ ନଦୀ ପାର ହେଉଥିବା ବେଳେ କାଠଗଣ୍ଡିରୁ ଖସି ପଡ଼ି ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀଙ୍କ ସମେତ ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ଗତକାଲି ଠାରୁ ବୃଦ୍ଧଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ କରିଥିଲେ। ଗତକାଲି ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଖୋଜିବା ପରେ ମଧ୍ୟ ବୃଦ୍ଧଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ସକାଳୁ ଘଟଣାସ୍ଥଳରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ପହଂଚିବା ସହିତ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିବା ବେଳେ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ କର୍ମଚାରୀମାନେ ମଧ୍ୟ ପହଂଚି ସକାଳୁ ସକାଳୁ ବୃଦ୍ଧଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଶନିବାର ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଜିବା ପରେ ମଧ୍ୟ ବୃଦ୍ଧଙ୍କର କୌଣସି ପତ୍ତା ମିଳିନଥିବାରୁ ଅଗ୍ନିଶମ ବିଭାଗ ଆଜି ନିରାଶ ହୋଇଥିଲେ। ଅନ୍ୟପକ୍ଷରେ ବୃଦ୍ଧଙ୍କର କୌଣସି ଖୋଜ ଖବର ମିଳିନଥିବା ବେଳେ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ବୃଦ୍ଧଙ୍କର ପରିବାର ମଧ୍ୟରେ କାନ୍ଦବୋବାଳି ଆରମ୍ଭ ହୋଇଯାଇଛି।

- Advertisement -

ସୂଚନା ପ୍ରକାରେ ବିଶିକେସନ ତିଲୋରୀ ପଂଚାୟତ ସୁନାପାଙ୍ଗା ଗ୍ରାମରେ ସାନପୁଅ ବିରେନ୍ଦ୍ରଙ୍କ ସାଥିରେ ରହୁଥିବା ବେଳେ ସେ ପୁର୍ବରୁ କ.ନୂଆଗାଁ ବ୍ଲକ ର ପାନାକେତା ଗ୍ରାମରେ ରହୁଥିବାରୁ ସେଠାରେ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଏବଂ ସରକାରଙ୍କ ଏକ ଟଙ୍କିଆ ଚାଉଳ ମିଳୁଛି। ତେଣୁ  ସେ ବାର୍ଦ୍ଧକ୍ୟ ଭତ୍ତା ଏବଂ ଟଙ୍କିକିଆ ଚାଉଳ ଆଣିବା ପାଇଁ ବିଶିକେସନ ମହାସିଙ୍ଗ ଯାଇ  ଚାଉଳ ଓ ଭତ୍ତା ନେଇ ଗାଁ କୁ ଫେରିଥିଲେ। ତେବେ ଘରକୁ ଫେରିବା ସମୟରେ ଖଡ଼ଗ ନଦୀ ଉପରେ ପକାଯାଇଥିବା କାଠ ଗଣ୍ଡି ଉପରୁ ହଠାତ୍ ତାଙ୍କର ଗୋଡ଼ ଖସିଯିବାରୁ ନଦୀର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ। କିଛି ଯୁବକ ନଦୀ ଭିତରକୁ ଡେଇଁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories