www.samajalive.in
Wednesday, December 10, 2025
18.1 C
Bhubaneswar

ସମସ୍ତ କଳ୍ପନା ଜଳ୍ପନାର ଅନ୍ତଃ ଘଟି ଆରମ୍ଭ ହେଲା ଆଇପିଏଲ ୨୦୨୦; ଚେନ୍ନାଇ ସୁପରକିଙ୍ଗସ ଟସ ଜିଣି ବୋଲିଂ ନିଷ୍ପତ୍ତି

ଆବୁଧାବି : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଃ ଘଟିଛି। ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣ ଆରମ୍ଭ ହୋଇଯାଇଛି। ଆଜିର ଉଦଘାଟନୀ ମ୍ୟାଚ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଛି। ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗସ ମଧ୍ୟର ଉଦଘାଟନୀ ମ୍ୟାଚ ଆରମ୍ଭ ହୋଇଯାଇଛି। ଚେନ୍ନାଇ ସୁପର କିଙ୍ଗସ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

ସାରାବିଶ୍ୱ ମହାମାରୀ କରୋନା କବଳରେ ଥିବା ବେଳେ ବିଦେଶରେ ହେଉ ପଛେ; ଆଇପିଏଲ୍‍ ପରି ମେଗା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ବିସିସିଆଇ ପାଇଁ ବହୁତ ବଡ଼ ଉପଲବ୍‍ଧି। ଆଇପିଏଲ୍‍ର ସଫଳ ଆୟୋଜନ ବିଶ୍ୱରେ ଅନ୍ୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ମାର୍ଗଦର୍ଶକ ହେବ ବୋଲି କୁହାଯାଉଛି।

- Advertisement -

ଆଇପିଏଲ୍‍ ଇତିହାସରେ ଏଦୁହେଁ ଦୁଇ ସଫଳ ଦଳ। ମୁମ୍ବଇ ସର୍ବାଧିକ ୪ ଥର ଆଇପିଏଲ୍‍ ଟ୍ରଫି ଜିତିଥିବା ଚେନ୍ନଇ ୩ ଥର ଏହି ସମ୍ମାନଜନକ ଟ୍ରଫି ଜିତିଛି। ଆଇପିଏଲ୍‍ ଇତିହାସରେ ପ୍ରଥମଥର ପାଇଁ ସଂସ୍କରଣ କେବଳ ଟିଭି ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ହେବ। କରୋନା ସଂକ୍ରମଣ ଯୋଗୁଁ ଷ୍ଟାଡିୟମ୍‍କୁ ଦର୍ଶକଙ୍କୁ ଛଡ଼ାଯିବ ନାହିଁ। କରୋନା ସଂକ୍ରମଣ ହେବା ପରେ ଦର୍ଶକଙ୍କ ପ୍ରଥମ ପସନ୍ଦ ଥିଲା ବଲିଉଡ୍‍। ତେବେ ଶନିବାରରୁ ଆଇପିଏଲ୍‍ ହିଁ ହେବ ଟିଭି ଦର୍ଶକଙ୍କ ପ୍ରଥମ ପସନ୍ଦ। ଏଥର ଉଦ୍‍ଘାଟନୀ ଉତ୍ସବ ଅନୁଷ୍ଠିତ ହେବନାହିଁ କିମ୍ବା ବିଦେଶୀ ଚିଅରଗାର୍ଲ ଏଥିରେ ନାଚିବେନାହିଁ। ଫଳରେ ଆଇପିଏଲ୍‍ କିଛି ଚମକ ହରାଇବ ନିଶ୍ଚୟ। ହେଲେ କ୍ରିକେଟ୍‍ ଯାହା ଥିଲା; ତାହା ରହିବ। ବିଦେଶରେ ଆଇପିଏଲ୍‍ ଆୟୋଜନ ହେବା କିଛି ନୂଆ କଥା ନୁହେଁ। ୨୦୦୯ରେ ସାଧାରଣ ନିର୍ବାଚନ ଯୋଗୁଁ ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍‍ ଅନୁଷ୍ଠିତ ହୋଇଥିଲା। ୨୦୧୪ରେ ସମାନ କାରଣ ଯୋଗୁଁ ଆଇପିଏଲ୍‍ର ପ୍ରଥମାର୍ଦ୍ଧ ୟୁଏଇରେ ଆୟୋଜନ ହୋଇଥିଲା। ଚଳିତବର୍ଷ କେବଳ ଆଇପିଏଲ୍‍ର ଆୟୋଜନ ସ୍ଥଳ ବଦଳିନି, ନୂତନ ଟାଇଟଲ ପ୍ରାୟୋଜକ ଭାବେ ଡ୍ରିମ୍‍୧୧ର ଆବିର୍ଭାବ ଘଟିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories