www.samajalive.in
Monday, December 8, 2025
17.1 C
Bhubaneswar

ପିପିଇ କିଟ୍‌ ପ୍ରସ୍ତୁତ ଟିମ୍‌ର ନେତୃତ୍ୱ ନେଲେ କଳାହାଣ୍ଡି ପୁଅ

ଭବାନୀପାଟଣା: କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପିପିଇ କିଟ୍‌ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ବଜାରରେ ମିଳୁଥିବା ପିପିଇ କିଟ୍‌ର ଦାମ ଅଧିକ ଥିବା ଏବଂ ଏହା ଶରୀର ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରୁଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ଭାରତର ପ୍ରତିରକ୍ଷା ବିଭାଗ ଓ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ବିଶାଖାପାଟଣା ଏନ୍‌ଆର୍‌ଡିସି ଦ୍ୱାରା ଏହାର ପେଟେଣ୍ଟ ଓ ବଜାରରେ ସୁଲଭ ମୂଲ୍ୟରେ ଯୋଗାଇ ଦେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିଶାଖାପାଟଣା ଏନ୍‌ଆର୍‌ଡିସିର ମ୍ୟାନେଜର ଡ. ବିଜୟ ସାହୁଙ୍କ ନେତୃତ୍ୱରେ ସମସ୍ତ କାଗଜପତ୍ର, ଟ୍ରେଡମାର୍କ, ଆଇପି ଓ ପେଟେଣ୍ଟ ପାଇଁ କାର୍ୟ୍ୟ ସମ୍ପାଦନ କରାଯାଇଛି। ଏହା ଆସନ୍ତା ଏକ ମାସ ମଧ୍ୟରେ ଉପଲବ୍ଧ ହେବ ବୋଲି ଏନ୍‌ଆର୍‌ଡିସି ସୂତ୍ରରୁ ଜଣାପଡିଛି।

ପ୍ରକାଶ ଯେ, ବର୍ତ୍ତମାନ ମିଳୁଥିବା ପିପିଇ କିଟ୍‌ରେ ପଲିମର ଓ ପ୍ଲାଷ୍ଟିକ ଥିବା ଯୋଗୁଁ ଏହା ଗରମ ଲାଗିବା ସହ ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଦାମ ମଧ୍ୟ ଅଧିକ। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇର ଇନଷ୍ଟିଚ୍ୟୁଟ ଅଫ୍‌ ନାଭାଲ ମେଡିସିନର ଡା. ଅର୍ଣ୍ଣବ ଘୋଷ ଏକ ବିକଳ୍ପ ପିପିଇ କିଟ୍‌ ନବରକ୍ଷକ ପ୍ରସ୍ତୁତ କରିଛନ୍ତି। ଏହାର ଦାମ ୪୫୦ ଟଙ୍କାରୁ ୫୦୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ। ଉନ୍ନତ ମାନର ଟେକ୍ନୋଲୋଜି ଓ ଫେଭିରିକ ଗୁଣବତ୍ତା ଦ୍ୱାରା ପଲିମର ଓ ପ୍ଲାଷ୍ଟିକ ବ୍ୟବହାର ନକରି ଏହି କିଟ୍‌ ପ୍ରସ୍ତୁତ ହୋଇଛି। ଏହାକୁ ଆଇସିଏମ୍‌ଆର୍‌ ପକ୍ଷରୁ ଏବଂ ଡିଆର୍‌ଡିଓର ଇନଷ୍ଟିଚ୍ୟୁଟ ଅଫ୍‌ ନ୍ୟୁକ୍ଲିୟର ମେଡିସିନ୍‌ ଆଣ୍ଡ ଆଲାଇଡ ସାଇନ୍ସେସ ପକ୍ଷରୁ ଅନୁମୋଦନ ମିଳିଛି। ଏହି ନବରକ୍ଷକ ପିପିଇ କିଟ୍‌ ପାଇଁ ପ୍ରତିରକ୍ଷା ବିଭାଗ ଓ ଏନ୍‌ଆର୍‌ଡିସି ପକ୍ଷରୁ ଆବେଦନ କରାଯାଇଥିଲା।

- Advertisement -

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ବିଶାଖାପାଟଣାସ୍ଥିତ ଏନ୍‌ଆର୍‌ଡିସି ଆଞ୍ଚଳିକ ମ୍ୟାନେଜର ଡ. ସାହୁ କଳାହାଣ୍ଡି ଜିଲାର ଅଧିବାସୀ ଅଟନ୍ତି। ତାଙ୍କ ଘର ମଦନପୁର-ରାମପୁର ବ୍ଲକ ଅଇଁଲାପାଲି ଗ୍ରାମରେ। ଅତୀତରେ ଡ. ସାହୁଙ୍କ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଉଦ୍ୟୋଗୀ ଲାଭବାନ ହୋଇଛନ୍ତି। ମଦନପୁର ରାମପୁରରେ ଥିବା ଯୁବ ଉଦ୍ୟୋଗୀ ବିଭୁ ପ୍ରସାଦ ସାହୁଙ୍କ ହରିପ୍ରିୟା ରିଫ୍ରାକ୍ଟୋରିଜ ମାଧ୍ୟମରେ ବିଦେଶକୁ ପାଉଁଶ ରପ୍ତାନି କରିବା ନିମନ୍ତେ ଡ. ସାହୁଙ୍କ ନେତୃତ୍ୱରେ ସମସ୍ତ ସହଯୋଗ ପ୍ରଦାନ କରାଯାଇଥିଲା। ଫଳରେ ବର୍ଜ୍ୟବସ୍ତୁ ପାଉଁଶକୁ ବିଦେଶକୁ ରପ୍ତାନି କରିବା ନେଇ ଚହଳ ସୃଷ୍ଟି ହୋଇଥିଲା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories