www.samajalive.in
Saturday, December 6, 2025
16.1 C
Bhubaneswar

ବରିଷ୍ଠ ଆଇନଜୀବୀ ସୁରେଶ ମହାପାତ୍ରଙ୍କ କୋଭିଡ୍‍ ହସ୍ପିଟାଲରେ ପରଲୋକ

ଫୁଲବାଣୀ: ଫୁଲବାଣୀର ବରିଷ୍ଠ ଆଇନିଜୀବୀ ତଥା ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ପିପି ଶୁରେଶ କୁମାର ମହାପାତ୍ରଙ୍କର ପରଲୋକ ଘଟିଛି। ଭୁବନେଶ୍ୱର କୋଭିଡ୍‍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଆଜି ଏନେଇ ତାଙ୍କ ପରିବାରକୁ ଖବର ଦିଆଯାଇଛି। ସେ ଜଣେ ମେଳାପୀ, ପରୋପକାରୀ ଥିଲେ। ଆଇନ ସେବାରେ ସେ ଜିଲାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ପିପି ଭାବେ ସେ ସାରା ରାଜ୍ୟରେ ଶ୍ରେଷ୍ଠତା ପ୍ରତିପାଦନ କରି ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ସେ ଫୁଲବାଣୀ ଆଇନଜୀବୀ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ ରହି ଅନେକ କାର୍ଯ୍ୟ କରିଥିଲେ। ଏଥି ସହ ଜଗନ୍ନାଥ ମନ୍ଦିର କମିଟି ସମେତ ସହରର ଏକାଧିକ ସଂଗଠନ ସହ ବେସ୍‍ ଜଡିତ ରହିଥିଲେ। ତାଙ୍କର ପରଲୋକରେ ସାରା କନ୍ଧମାଳରେ ଦୁଖର ଛାୟା ଖେଳି ଯାଇଛି। ଜିଲ୍ଲାର ବିଭିନ୍ନ ଓକିଲ ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ଏଥିସହ ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ, ଭଗବାନ ମହାନ୍ତି, ହରିଶ୍ଚନ୍ଦ୍ର ମହାରାଣା, ଅସୀମ ପ୍ରହରାଜ, ଅଜୟ କୁମାର ସିଂ, ଭିଭି ରାମଦାସ, ସିଦ୍ଦେଶ୍ୱର ଦାସ, ଦୁର୍ଗା ଶଙ୍କର ପଟନାୟକ, ସତ୍ୟ ନାରାୟଣ ବେହେରା, ବନ ମହାନ୍ତି ପ୍ରମୁଖ ସ୍ୱର୍ଗତ ଆତ୍ମାର ଶାନ୍ତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories