www.samajalive.in
Saturday, December 6, 2025
17.1 C
Bhubaneswar

ଆଦର୍ଶ ଶିକ୍ଷକ ରଘୁନାଥ ସାହୁଙ୍କ ପରଲୋକ

ଆଠଗଡ: ଆଠଗଡ ବିଶ୍ୱନାଥ ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ତଥା ଆଠଗଡର ସହରର ପଦ୍ମସାହି ନିବାସୀ ରଘୁନାଥ ସାହୁ(୮୧)ଙ୍କର ଶନିବାର ସକାଳ ୮ଟାରେ ପରଲୋକ ହୋଇଯାଇଛି। ସୁସ୍ଥ ଓ ଚଳପ୍ରଚଳକ୍ଷମ ଥିବା ଶ୍ରୀ ସାହୁ ଆଜି ସକାଳେ ଦାନ୍ତ ଘଷୁଥିବାବେଳେ ହୃଦ୍‍ଘାତର ଶିକାର ହୋଇଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ଆଠଗଡ ଡାକ୍ତରଖାନାକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀ ସାହୁ ଜଣେ ଅତ୍ୟନ୍ତ ସରଳ, ଆମାୟିକ, ଦକ୍ଷ, ଛାତ୍ରବତ୍ସଳ, ଆଦର୍ଶ ଶିକ୍ଷକ ଭାବେ ସମସ୍ତଙ୍କର ଅତି ପ୍ରିୟ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ତିନି ପୁଅ, ତିନି ଝିଅ ଓ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଶ୍ରୀ ସାହୁଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଆଠଗଡରେ ଶୋକର ଛାୟା ଖେଳିଯାଇଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପୁରାତନ ଛାତ୍ର ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଠଗଡ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲାବେଳେ ବଡପୁଅ ହିମାଂଶୁ ମୁଖାଗ୍ନି ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories