www.samajalive.in
Friday, December 5, 2025
27.1 C
Bhubaneswar

ଛୁରୀରେ ସ୍ତ୍ରୀକୁ ହତ୍ୟା କରିବାକୁ ଉଦ୍ୟମ କରୁଥିଲେ ସ୍ବାମୀ, ପହଞ୍ଚିଗଲା ପୁଲିସ

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ନିର୍ଯାତନା ଦେବା ପରେ ଶାନ୍ତ ହୋଇନଥିଲା ସ୍ବାମୀର ମନ। ଛୁରୀରେ ସ୍ତ୍ରୀ କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ ପହଞ୍ଚି ଯାଇଥିଲା ପୁଲିସ। ଫଳରେ ମହିଳାଙ୍କ ଜୀବନ ବଞ୍ଚି ଯାଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ତାମିଲନାଡୁର କନ୍ୟାକୁମାରୀରେ ଘଟିଛି।

କନ୍ୟାକୁମାରୀର ୫୩ ବର୍ଷିୟ ସୁରେଶରାଜନ୍ ୪୦ ବର୍ଷର ସ୍ତ୍ରୀ ଏପଶିବାଇଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏମାନଙ୍କ ବିବାହକୁ ୧୫ ବର୍ଷ ହୋଇଯାଇଥିଲେ ମଧ୍ୟ କୌଣସି ସନ୍ତାନ ନଥିଲେ। ଯାହାକୁ ଘରେ ଅସନ୍ତୋଷ ଦେଖା ଦେଇଥିଲା।

- Advertisement -

ଅଗଷ୍ଟ ୨ରେ ଏପଶିବାଇ କୋର୍ଟରେ ଏକ ସରକାରୀ ଚାକିରି ପାଇଲେ ଏବଂ ସେ ସେଠାକୁ ଯିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ତାଙ୍କ ସ୍ୱାମୀ ସୁରେଶରାଜନ୍ ଏହା ପସନ୍ଦ ନଥିଲା। ସେ ଏପଶିବାଇଙ୍କୁ  ଏକ ଚେୟାରରେ ବାନ୍ଧି ନିର୍ଯାତନା ଦେଇଥିଲେ। ପେଟ୍ରୋଲ ଢାଳି ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଏହି ସମୟରେ ପଡୋଶୀମାନେ ତାଙ୍କ ଚିତ୍କାର ଶୁଣି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଜୀବନ ରକ୍ଷା କରିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେ ପରିବେଶ ଅତ୍ୟନ୍ତ ଭୟାଙ୍କର ଥିଲା। ମହିଳା ଜଣକ ଚେୟାରରେ ବନ୍ଧା ହୋଇଥିଲେ ଏବଂ ତାଙ୍କ ସ୍ୱାମୀ ଛୁରୀରେ ବେକ କାଟିବାକୁ ଯାଉଥିଲେ। ହତ୍ୟା ଉଦ୍ୟମ ଅଭିଯୋଗରେ ଘଟଣାସ୍ଥଳରୁ ପୁଲିସ ସୁରେଶରାଜଙ୍କୁ ଗିରଫ କରିଛି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories