www.samajalive.in
Saturday, December 6, 2025
16.1 C
Bhubaneswar

ବିଦ୍ୟୁତଖୁଣ୍ଟକୁ ଘୋଷାଡ଼ି ନେଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲା ୬ଜଣଙ୍କ ଜୀବନ

ବଡ଼ସାହି: ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଥାନା ଅଧୀନ କୁଳିଅଣା(ବି) ଗ୍ରାମରେ ଏକ ନିଶ୍ଚିତ ବଡ଼ ଅଘଟଣରୁ ରକ୍ଷା ମିଳିଯାଇଛି। ବୁଢ଼ାବଳଙ୍ଗ ନଦୀରୁ ବାଲି ବୋଝେଇ କରି ଖୁଣ୍ଟାପାଳ ଅଭିମୁଖେ ଯାଉଥିବା ଏକ ଟ୍ରାକ୍ଟର କୁଳିଅଣା ଶିବ ମନ୍ଦିର ନିକଟ ରାସ୍ତା ପାର୍ଶ୍ବରେ ଥିବା ଏଲଟି ଲୁହା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଫଳରେ ତାର ଛିଣ୍ଡି ଟ୍ରାକ୍ଟରଟି ବିଦ୍ୟୁତ ସଂସ୍ପର୍ଶରେ ଆସିବା ସହିତ ପଛରେ ଆସୁଥିବା ଏକ ବାଇକ ଆରୋହୀଙ୍କ ଶରୀରରେ ଛନ୍ଦିଯାଇଥିଲା। ବିଦ୍ୟୁତ ସଂସ୍ପର୍ଶରେ ଆସି ବାଇକ ଆରୋହୀଙ୍କୁ ଫୋପାଡ଼ି ଏକ ଗଡ଼ିଆରେ ପକାଇଦେଇଥିଲା। ତେବେ ଭଗବାନ ଦୟାରୁ ବଡ଼ସାହି ଷ୍ଟ୍ରକଚରରୁ ଡ଼୍ରପଆଉଟ ବିଚ୍ଚିନ୍ନ ହେବାରୁ ବାଇକ ଆରୋହୀଙ୍କ ସହିତ ଟ୍ରାକ୍ଟର ଚାଳକ ଓ ୪ଜଣ ଶ୍ରମିକ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି। ବାଇକ ଆରୋହୀ ମଣ୍ଟୁ ମହାକୁଡ଼(୨୯) ସବୁଦିନ ଭଳି ବାଲେଶ୍ୱରର ଲେଦକାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଉଛି। ଖବର ଲେଖାଯିବା ବେଳକୁ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଛାଡ଼ି ଚାଳକ ଓ ଅନ୍ୟମାନେ ଫେରାର ଥିବା ବେଳେ ଗ୍ରାମରେ ଚାପା ଉତ୍ତେଜନା ଦେଖାଯାଇଛି। ବଡ଼ସାହି ଥାନାରେ ଆଇଆଇସି ପଦ ଖାଲି ଥିବାରୁ ପୁଲିସର ନିଷ୍କ୍ରୟିତାର ସୁଯୋଗ ନେଇ କରୋନା ସଂକ୍ରମଣ ସମୟରେ ବାଲିଖାଦାନ ନିକଟରେ ଅବାଧରେ ମାଂସ, ମଦ ଓ ହାଣ୍ଡିଆ ବିକ୍ରି ଚାଲିଛି। ଯାହାକୁ ଦେବନ କରି ଦୁର୍ଘଟଣା ସହିତ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାଜନକ ହୋଇଛି। ମୟୁରଭଞ୍ଜ ଏସପି ତୁରନ୍ତ ବଡ଼ସାହି ଥାନାରେ ନୂତନ ଆଇଆଇସି ନିଯୁକ୍ତି ପୂର୍ବକ ଥାନା ଅଞ୍ଚଳରେ ଶାନ୍ତ ବାତାବରଣ ପାଇଁ ଦୃଷ୍ଟି ଦେବାକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚୈତନ୍ୟ ସୋରେନ ନିବେଦନ କରିଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories