www.samajalive.in
Saturday, December 6, 2025
16.1 C
Bhubaneswar

ରବି କିଶନ ଧୁମ୍‍ ଗଞ୍ଜେଇ ଟାଣୁଥିଲେ, ନେତା ହେବା ପରେ ହୁଏତ ଛାଡ଼ି ଦେଇଥିବେ : ଅନୁରାଗ କଶ୍ୟପ

ମୁମ୍ବଇ: ବଲିଉଡ଼ରେ ଡ୍ରଗ୍ସ କାରବାର ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ନେତା ତଥା ଅଭିନେତା ରବି କିଶନଙ୍କ ବୟାନକୁ ନେଇ ସବୁଠାରୁ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କଶ୍ୟପ। ସେ କହିଛନ୍ତି, ରବି କିଶନ ଜଣେ ଅଭ୍ୟାସଗତ ଗଞ୍ଜଡ଼ ଥିଲେ। ଏବେ ନେତା ହେବା ପରେ ହୁଏତ ଛାଡ଼ି ଦେଇଥିବେ। ପୂର୍ବରୁ ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ ସଂସଦରେ ରବି କିଶନଙ୍କ ବୟାନକୁ ନେଇ ହଙ୍ଗାମା କରିବା ସହ ଅନେକ କଟୁ ଉକ୍ତି କହିଥିଲେ। ଜୟାଙ୍କୁ ସମର୍ଥନ କରି ଅନୁରାଗ ରବି କିଶନ ଓ କଙ୍ଗନା ରାଣାୱତ୍‍ଙ୍କୁ ଟାର୍ଗେଟ କରିଛନ୍ତି।

ଅନୁରାଗ କଶ୍ୟପ ନିଜର ଏକ ଫିଲ୍ମର ଅନୁଭୂତିକୁ ବଖାଣି ରବି କିଶନଙ୍କୁ ଚତୁରତାର ସହ ଟାର୍ଗେଟ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ରବି କିଶନ ତାଙ୍କ ଚଳଚ୍ଚିତ୍ର ‘ମୁକ୍କାବାଜ’ରେ ଅଭିନୟ କରିଥିଲେ ଏବଂ ଜୟ ଶିବ ଶଙ୍କର, ଜୟ ବମ୍‍ ଭୋଲେ କହି ତାଙ୍କ ଦିନ ଆରମ୍ଭ ହୁଏ ବୋଲି ଅନୁରାଗ କହିଛନ୍ତି। ଜୟ ଶିବ ଶମ୍ଭୁ କହି ସେ ଧୁମ୍‍ ଗଞ୍ଜେଇ ଟାଣୁଥିଲେ ଏବଂ ଏହା ସମସ୍ତେ ଜାଣନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏମିତି କେହି ଜଣେ ନାହିଁ, ଯିଏ ନ ଜାଣିଛି ଯେ ରବି କିଶନ ଧୂମପାନ କରନ୍ତି। ହୁଏତ ଏବେ ସେ ଛାଡ଼ି ଦେଇଥିବେ। ଅନୁରାଗ ଏହା ମଧ୍ୟ କହିଛନ୍ତି ଯେ, ସେ ଗଞ୍ଜେଇକୁ ଡ୍ରଗ୍ସ ରୂପେ ଦେଖନ୍ତିନାହିଁ।

- Advertisement -

ସେ କହିଛନ୍ତି, ରବି ଧୂମପାନ କରନ୍ତି ସତ ହେଲେ ଏହାସହିତ ସେ କାମ ମଧ୍ୟ କରନ୍ତି ଓ ବହୁତ ଭଲ କାମ କରନ୍ତି। ଏହା କେବେ ତାଙ୍କୁ ବିଚଳିତ କରେନାହିଁ କିମ୍ବା ଧୂମପାନ କରି ସେ କେବେ କାହାକୁ ଦୁର୍ବ୍ୟବହାର କରିନାହାନ୍ତି।

ସୂଚନାଯୋଗ୍ୟ, ରବି କିଶନ ଲୋକସଭାରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ କାରବାର ପ୍ରସଙ୍ଗ ଉଠାଇଥିଲେ ଓ ଏନେଇ ଉଚିତ ତଦନ୍ତ ଦାବି କରିଥିଲେ। ଏହାସହିତ ସେ କହିଥିଲେ, ପାକିସ୍ତାନ ଓ ଚୀନରୁ ଦେଶକୁ ଡ୍ରଗ୍ସ ଚୋରା ଚାଲଣ ହେଉଛି। ଏହାଦ୍ୱାରା ଦେଶର ଯୁବପିଢି ବର୍ବାଦ ହେଉଛନ୍ତି। ଆମ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ଡ୍ରଗ୍ସର କାରବାର ଚାଲିଛି ଓ ଏନ୍‍ସିବି ଏହାର ଯାଞ୍ଚ କରୁଛି। ଅପରପକ୍ଷରେ ରବି କିଶନଙ୍କ ଏହି ବୟାନ ବିରୋଧରେ ଜୟା ବଚ୍ଚନ କଡ଼ା ପ୍ରତିକ୍ରିୟା ରଖିଥିଲେ। କିଛି ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଇଣ୍ଡଷ୍ଟ୍ରୀର ଛବି ଖରାପ କରାଯାଇପାରିବ ନାହିଁ ବୋଲି ସେ କହିଥିଲେ। ଏହାସହିତ ଯେଉଁ ଥାଳିରେ ଖାଉଛ ସେହି ଥାଳିରେ ଛିଦ୍ର କରୁଛ ବୋଲି କହି ସେ ରବିଙ୍କୁ ଦୃଢ ସମାଲୋଚନା କରିଥିଲେ। ଦୁହିଁଙ୍କ ବୟାନରେ ବଲିଉଡ଼ ଦୁଇ ଭାଗ ହୋଇଯାଇଛି। କେହି ରବି କିଶନ ଓ କଙ୍ଗନା ରାଣାୱତଙ୍କୁ ସମର୍ଥନ କରୁଛି ତ ଆଉ କିଏ ଜୟାଙ୍କ ପ୍ରଶଂସା କରୁଛି।

 

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories