www.samajalive.in
Monday, December 15, 2025
17.1 C
Bhubaneswar

ରାହୁଲଙ୍କୁ ମୋଦୀଙ୍କ ପ୍ରଶ୍ନ; କଂଗ୍ରେସ ମୁସଲମାନ ମହିଳାଙ୍କ ଦଳ ନୁହେଁ କି ?

ନୂଆଦିଲ୍ଲୀ : ମୁସଲମାନ ମହିଳାଙ୍କୁ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ତିନି ତଲାକ୍‍ ବିଲ୍‍ ସଂସଦରେ ପାରିତ ହେବାରେ ସହଯୋଗ କରୁ ନ ଥିବାରୁ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳଗୁଡିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ମୁସଲମାନଙ୍କ ଦଳ ବୋଲି ଏକଦା ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ତାଙ୍କୁ ମୋଦୀ କଡ଼ା ସମାଲୋଚନା କରିଛନ୍ତି। ରାହୁଲଙ୍କ ମନ୍ତବ୍ୟକୁ ନେଇ ସେ ଆଶ୍ଚର୍ଯ୍ୟାନ୍ୱିତ ନୁହନ୍ତି; କିନ୍ତୁ କଂଗ୍ରେସ ମୁସଲମାନ ମହିଳାଙ୍କ ଦଳ କି ନାହିଁ? ଏହି ସମ୍ପ୍ରଦାୟର ମହିଳାଙ୍କ ମର୍ଯ୍ୟାଦା, ସମ୍ମାନ ଓ ଅଧିକାରକୁ କଂଗ୍ରେସ ଗୁରୁତ୍ୱ ଦେଉଛି କି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ୩୪୦ କିଲୋମିଟର ପରିବ୍ୟାପ୍ତ ପୂର୍ବାଞ୍ଚଳ ଏକ୍ସପ୍ରେସ୍‍ ସଡ଼କପଥର ଉଦ୍‍ଘାଟନ କରିବା ଅବସରରେ ଉଦ୍‍ବୋଧନ ଦେଇ ମୋଦୀ ଏହା କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories