www.samajalive.in
Sunday, December 14, 2025
19.1 C
Bhubaneswar

‘ହିନ୍ଦୁ ପାକିସ୍ତାନ’ ମନ୍ତବ୍ୟକୁ ନେଇ ଆଇନ ଜାଲରେ ଥରୁର୍‍

ନୂଆଦିଲ୍ଲୀ : ‘ହିନ୍ଦୁ ପାକିସ୍ତାନ’ ମନ୍ତବ୍ୟ ପାଇଁ କଂଗ୍ରେସ୍‍ ସାଂସଦ ଶଶି ଥରୁର୍‍ ଏବେ ଆଇନ ଜାଲରେ ଛନ୍ଦି ହୋଇପଡିଛନ୍ତି। ଏ ନେଇ କଲିକତାର ଏକ କୋର୍ଟ ତାଙ୍କୁ ଶନିବାର ସମନ ଜାରି କରିଛନ୍ତି। ବିଜେପି ପୁନର୍ବାର ନିର୍ବାଚିତ ହେଲେ ଭାରତୀୟ ସମ୍ବିଧାନକୁ ଚିରି ନୂତନ ସମ୍ବିଧାନ ଲିପିବଦ୍ଧ କରିବ। ନୂଆ ସମ୍ବିଧାନରେ ସଂଖ୍ୟାଲଘୁଙ୍କ ଅଧିକାର କ୍ଷୁଣ୍ଣ କରିଦିଆଯିବ ଯଦ୍ଦ୍ୱାରା ‘ହିନ୍ଦୁ ପାକିସ୍ତାନ’ ସୃଷ୍ଟି ହେବ ବୋଲି ଥରୁର୍‍ ମନ୍ତବ୍ୟ ଦେଇଥିଲେ। ଏଭଳି ମନ୍ତବ୍ୟ ଦେଇ ସେ ସାଧାରଣ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହିତ ସମ୍ବିଧାନକୁ ଅସମ୍ମାନ କରିଥିବା ଅଭିଯୋଗ ଦର୍ଶାଇ ଓକିଲ ସୁମିତ ଚୌଧୁରୀ କୋର୍ଟରେ ଏକ ଆବେଦନ ରୁଜୁ କରିଥିଲେ। ଏହି ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ଅଗଷ୍ଟ ୧୪ରେ କୋର୍ଟରେ ହାଜର ହେବା ନିମନ୍ତେ ଥରୁର୍‍ଙ୍କୁ କୁହାଯାଇଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories