www.samajalive.in
Sunday, December 7, 2025
26.1 C
Bhubaneswar

ଦିଲ୍ଲୀ ଜୁହାର ପରିବାର ପକ୍ଷରୁ ଇ-ନୂଆଁଖାଇ ପରବ ପାଳିତ

ସମ୍ବଲପୁର : ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ରାଜଧାନୀ ଦିଲ୍ଲୀଠାରେ ରହିଥିବା ସାମାଜିକ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଜୁହାର ପରିବାର’ ପକ୍ଷରୁ ଚଳିତ ବର୍ଷର ନୂଆଁଖାଇ ଉତ୍ସବ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ଚଳିତ ବର୍ଷ କରୋନା ସଙ୍କଟକୁ ଧ୍ୟାନରେ ରଖି ଏହି ଉତ୍ସବକୁ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ କରାଯାଇଥିଲା। ମାଁ ସମଲେଶ୍ୱରୀଙ୍କ ବିଶେଷ ପୂଜା ସହିତ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ସାରା ଦୁନିଆ ପାଇଁ ଏହା ଏକ ପରୀକ୍ଷାର ସମୟ ଏବଂ ସମସ୍ତେ ନିୟମ ମାନି ଚଳନ୍ତୁ। ଏହା ସହିତ ଜୁହାର ପରିବାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ପ୍ରେସର ଗ୍ରୁପ ଭାବରେ କାର୍ଯ୍ୟ କରୁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ।

- Advertisement -

ନିଜର ଉଦବୋଧନରେ ପ୍ରମୁଖ ସଚିବ ଡ. ମିଶ୍ର କହିଥିଲେ ଯେ, ବର୍ତ୍ତମାନ ପୁରା ବିଶ୍ୱ କରୋନାରେ କବଳିତ ହେଉଛି ଏବଂ ଭାରତ ମଧ୍ୟ ଏହି ମାହାମାରୀରେ ପ୍ରଭାବିତ ହୋଇଛି। ସମସ୍ତେ ମାସ୍କ ବ୍ୟବହାର ସହିତ ସତକର୍ତାର ସହିତ ସମସ୍ତ କୋଭିଡ ଗାଇଡଲାଇନକୁ ପାଳନ କରନ୍ତୁ। ଏହି ମହାମାରୀରୁ ଭାରତକୁ ମୁକ୍ତ କରିବା ପାଇଁ ସବୁ ପ୍ରକାରର ଉଦ୍ୟମ ଜାରି ରହିଛି ଏବଂ ଦେଶ ନିଶ୍ଚିତ ଭାବରେ ଏହି ସଙ୍କଟରୁ ମୁକ୍ତ ହେବ ବୋଲି ଡ. ମିଶ୍ର କହିଥିଲେ।

ଏହି ଅବସରରେ ଦୁଲାବିହା ସାଂସ୍କୃତିକ ଅନୁଷ୍ଠାନ, ଘେଁସ ର ଝୁମେର ନାଚ ଓ ସାରଙ୍ଗୀ ପରିବେଷଣ କରିଥିଲେ। ପଦ୍ମଶ୍ରୀ ହଳଧର ନାଗ, ଝାରସୁଗୁଡାର ଭକ୍ତ ବାବୁ ଓ ତାଙ୍କର ପରିବାର, ବଙ୍କିମ ପଟେଲ, ନୁର ବେଗମ, ପ୍ରତିତୀ ମିଶ୍ର, ପ୍ରଭାସ ପତି ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ବିଗତ ବର୍ଷ ମାନଙ୍କରେ ଜୁହାର ନୁଆଁଖାଇ ପରବରେ ପରିବେଷିତ ନୃତ୍ୟ ଗୀତକୁ ମଧ୍ୟ ଡିଜିଟାଲ ମାଧ୍ୟମରେ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସକ, ଶିକ୍ଷାବିତ, ସଂସ୍କୃତିପ୍ରେମୀ ଓ ବହୁ ସଂଖ୍ୟାରେ ଜନତା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଜୁହାର ପରିବାରର ରଞ୍ଜନ ପ୍ରଧାନ, ବିଜୟାନନ୍ଦ ନାୟକ, ବିଜୟ ତ୍ରିପାଠୀ, ସୁନୀଲ ପଟେଲ, ବାସୁଦେବ ତ୍ରିପାଠୀ, ଓଁ ପ୍ରକାଶ ରାଉତ, ଅନୁପମ ମିଶ୍ର, ଗଜେନ୍ଦ୍ର ସାହୁ, ଜଗଦୀଶ ପଟେଲ, ପିନାକୀ ପ୍ରସାଦ ରଥ, ବିବେକ ପାତ୍ର, ଦେବଦତ୍ତ ଦାସ, ସର୍ବେଶ୍ୱର ପଧାନ, ଦେବାଶିଷ ମାଝୀ, ମହେଶ ଠାକୁର, ସନ୍ଦୀପ ନାୟକ, ରାଜକୁମାର, ଚନ୍ଦ୍ରଶେଖର ପାଢ଼ୀ, ଅନୁପମ ମିଶ୍ର ପ୍ରମୁଖ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories