www.samajalive.in
Saturday, December 13, 2025
27.1 C
Bhubaneswar

ମୁକୁନ୍ଦପୁର ପଞ୍ଚାୟତରେ ହାତୀ ଉପଦ୍ରବ ; ନଷ୍ଟ କଲେଣି ଧାନ ଓ ବନ ବିଭାଗର କ୍ୟାମ୍ପ

ବଲାଙ୍ଗିର : ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତରେ ଗଲା ଦୁଇ ସପ୍ତାହ ହେଲା ହାତୀ ଉପଦ୍ରବ ଦେଖାଦେଇଛି। ହାତୀପଲଙ୍କ ଆତଙ୍କ ଯୋଗୁଁ ସ୍ଥାନୀୟ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ସନ୍ଧ୍ୟା ହେଲେ ଭୟର ବାତାବରଣ ଭିତରେ ଲୋକେ ରହୁଥିବା ବେଳେ ଜୀବନ ବିକଳରେ ଲୋକେ ଗାଁ ଛାଡିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି। ମଠଖାଇ ଜଙ୍ଗଲକୁ ଏକ ପ୍ରକାର ହାତୀମାନେ ନିଜ ଆୟତ୍ତରେ ରଖିଛନ୍ତି। ଏମାନଙ୍କୁ ଘଉଦେଇବାକୁ ସମସ୍ତ ପ୍ରକାର ଚେଷ୍ଟା ବିଫଳ ହୋଇ ସାରିଥିବା ବେଳେ ଜଙ୍ଗଲ ବିଭାଗର କର୍ମଚାରୀ ମଧ୍ୟ ଖୁବ ଚିନ୍ତାରେ। ଏହି ପଞ୍ଚାୟତରେ ବନ ବିଭାଗ ପକ୍ଷରୁ ଏକ କ୍ୟାମ୍ପ କରାଯାଇଥିବା ବେଳେ ସମସ୍ତେ ନାକେଦମ ହେଲେଣି। ସୂଚନା ଅନୁସାରେ, ମକୁନ୍ଦପୁର ପଞ୍ଚାୟତର ମୁକୁନ୍ଦପୁର, ରୁଗୁଡିପାଲି, ବଡପାଲି ଗାଁ ଥିବା ବେଳେ ଉପରଝର ପଞ୍ଚାୟତରର ରେଙ୍ଗାଲି, ଫଟାମୁଣ୍ଡା, ଉପରଝର ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲ ମାଡି ଆସିଥିଲେ।

ଦେଖିଥିବା ଲୋକଙ୍କ କହିବା ଅନୁସାରେ ପ୍ରାୟ ୧୪ଟି ହାତୀ ଏହି ଦଳରେ ରହିଛନ୍ତି। ଧାନ ଫସଲ ଦଳି ଚକଟି ନଷ୍ଟ କରି ଦେଉଥିବା ବେଳେ ଚାଷୀମାନଙ୍କ ଫସଲ ଉଜାଡି ଦେଇ ଯାଉଛନ୍ତି। ଏହି ଅଞ୍ଚଳକୁ ହାତୀ ପଲ ଆସିବା ନୂଆ ନୁହେଁ। କିନ୍ତୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏକର ଏକର ଫସଲ ନଷ୍ଟ କରି ଚାଲି ଯାଉଛନ୍ତି। ଆଉ କିଛି ଦିନ ଗଲା ପରେ ଧାନ ଅମଳ ପାଇଁ ଚାଷୀ ଚାହିଁ ରହିଥିବା ବେଳେ ଏ ଅଞ୍ଚଳର ଚାଷୀମାନଙ୍କ ପାଇଁ ସବୁ ସ୍ୱପ୍ନ ଧୂଳିସାତ ହୋଇଯାଇଛି। ଭୟରେ ଆଉ ଅନ୍ୟ ଫସଲ ମଧ୍ୟ କରିବାକୁ ସାହସ ଜୁଟାଇ ପାରୁନଥିବା କହିଛନ୍ତି। ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଚାଷୀ ତଥା ଗ୍ରାମବାସୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଦାବି ହୋଇଛି। ଏହା ସହ ନଷ୍ଟ ହୋଇଥିବା ଫସଲର ଚିହ୍ନଟ କରି ଆବଶ୍ୟକୀୟ କ୍ଷତିପୁରଣ ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories