www.samajalive.in
Tuesday, December 9, 2025
15.1 C
Bhubaneswar

ଡ୍ରାଇଭରକୁ ହତ୍ୟା କରି କାର ଲୁଟ ଘଟଣା, ଧରାପଡିଲା ମୁଖ୍ୟ ଅଭିଯୁକ୍ତ

ଫୁଲବାଣୀ :କାର ଭଡାରେ ନେଇ ଡ୍ରାଇଭରକୁ ହତ୍ୟା କରିବା ସହ କାର ଲୁଟ୍‍ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ୍‍। ଏହି ଘଟଣାରେ ପୁଲିସ୍‍ ପୂର୍ବରୁ ଜଣକୁ ଗିରଫ କରିସାରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଟିକାବାଲି ଥାନା ପୁଲିସ୍‍। ମୁଖ୍ୟ ଅଭିଯୁକ୍ତ ଜଣକ ହେଉଛି ଟିକାବାଲି ଥାନା ଅନ୍ତର୍ଗତ କଇଁଝର ପଂଚାୟତର ଜିଗ୍ନାଗାଁର ଗଙ୍ଗାଧର ଦିଗାଲଙ୍କ ପୁଅ ଶୁଭମ ଦିଗାଲ( ୨୬)। ଘଟଣା ପର ଠାରୁ ସେ ଫେରାର୍‍ ଥିବା ବେଳେ ପୁଲିସ୍‍ ଗତକାଲି ତାକୁ ଗିରଫ କରିବାରେ ସକ୍ଷମ ହୋଇଛି। ତା ନିକଟରୁ ହତ୍ୟାର ଶୀକାର ହୋଇଥିବା ଲକ୍ଷ୍ମୀ ନାରାୟଣ ସାହୁଙ୍କ ମୋବାଇଲ ପୁଲିସ୍‍ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୨୧ ତାରିଖରେ ସଦର ଥାନା ଅଂଚଳ ମଜୁରୁପଡା ଗ୍ରାମ ନିକଟ ନାଳରୁ ଏକ ଅଚିହ୍ନା ଶବ ଉଦ୍ଧାର ହୋଇଥିଲା। ଏନେଇ ସଦର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ୧୩/୨୦୨୦ ରୁଡୁ କରି ପୁଲିସ୍‍ ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‍ ତଦନ୍ତରୁ ଉଦ୍ଧାର ହୋଇଥିବା ମୃତ ଶରୀର ଟିକାବାଲି ଥାନା ଅନ୍ତର୍ଗତ କଇଁଝର ପଂଚାୟତ କାଲିଖେତ ଗ୍ରାମର ଅଭିମନ୍ୟୁ ସାହୁଙ୍କ ପୁଅ ଲକ୍ଷ୍ମୀ ନାରାୟଣ ସାହୁଙ୍କର ବୋଲି ଜଣା ପଡିଥିଲା। ଶବ ଚିହ୍ନଟ ହେବା ପରେ ଅଭିମନ୍ୟୁ ଟିକାବାଲି ଥାନାରେ ତାଙ୍କ ପୁଅ ଲକ୍ଷ୍ମୀଙ୍କୁ ହତ୍ୟା କରି ତାଙ୍କ କାର ଲୁଟ୍‍ ହୋଇଥିବା ନେଇ ଅଭିଯୋଗ କରିବାରେ ପୁଲିସ୍‍ ୫୨/୨୦୨୦ ମାମଲା ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ବେଳେ ୨୭ ତାରିଖରେ କାର ଲୁଟ ଘଟଣାରେ ସାମିଲ ଥିବା ଅନ୍ୟତମ ଅଭିଯୁକ୍ତ ରାଇକିଆ ଥାନା ଅନ୍ତର୍ଗତ ବାଇବାଲି ଗ୍ରାମର ରମେଶ ଚନ୍ଦ୍ର ଦିଗାଲଙ୍କ ପୁଅ ସୁଧିର ଦିଗାଲ(୨୭)ଙ୍କୁ ଗିରଫ କରିବା ସହ ତା ପାଖରୁ କାର ଉଦ୍ଧାର କରିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ଶୁଭମ ଫେରାର୍‍ ହୋଇଯାଇଥିବା ବେଳେ ଏବେ ଧରାପଡି କୋର୍ଟ ଚାଲାଣ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories