www.samajalive.in
Tuesday, December 9, 2025
16.1 C
Bhubaneswar

ବିଶ୍ୱକର୍ମା ପୂଜା ପାଳନ କରିବା ପଛରେ ରହିଛି ଏହି ରୋଚକ କାହାଣୀ, ଜାଣନ୍ତୁ ଏହାର ପୌରାଣିକ କଥା

ଆଶ୍ୱୀନ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ଦିନ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଏ। ମାନ୍ୟତା ଅନୁଯାୟୀ, ଏହି ଦିନ ପ୍ରଭୁ ବିଶ୍ୱକର୍ମାଙ୍କ ଜନ୍ମ ହୋଇଥିଲା। ଚଳିତ ବର୍ଷ ୧୬ ସେପ୍ଟେବର ବିଶ୍ୱକର୍ମା ପୂଜା। ଏହି ଦିନ ପ୍ରଭୁଙ୍କ ପୂଜା ସହ କାରଖାନା, ଭିନ୍ନ ବୈଦୁତିକ ଉପକରଣ , ଅନ୍ୟ ଯନ୍ତ୍ର ଆଦିର ପୂଜା କରାଯାଇଥାଏ।
ଜାଣନ୍ତୁ ପ୍ରଭୁଙ୍କ ପୂଜାର୍ଚ୍ଚନାର ମହତ୍ତ୍ୱ ….
ପୌରାଣିକ କଥା ଅନୁଯାୟୀ, ସୃଷ୍ଟିକୁ ସଜାଡ଼ିବା , ସଜେଇବାର ଦାୟିତ୍ୱ ପ୍ରଭୁ ବ୍ରହ୍ମା ଭଗବାନ ବିଶ୍ୱକର୍ମାଙ୍କୁ ଦେଇଥିଲେ। ବ୍ରହ୍ମାଙ୍କର ବିଶ୍ୱକର୍ମାଙ୍କ ଉପରେ ଏହି କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ବିଶ୍ୱାସ ରହିଥିଲା। ଯେତେବେଳେ ବ୍ରହ୍ମା ସୃଷ୍ଟିର ରଚନା କରିଥିଲେ, ତେବେ ତାହା ଏକ ବିଶାଳକାୟ ଅଣ୍ଡା ସଦୃଶ ଥିଲା। ସେଥିରୁ ହିଁ ସୃଷ୍ଟିର ଉତ୍ପତ୍ତି ହୋଇଛି। ଏହାପରେ ପ୍ରଭୁ ବ୍ରହ୍ମା ଏହାକୁ ଶେଷନାଗ ( ସପ୍ତଫେଣୀ)ଙ୍କ ଜିଭ ଉପରେ ରଖିଦେଇଥିଲେ।
ମାତ୍ର ଶେଷନାଗଙ୍କ ସାମାନ୍ୟ ନିଜ ସ୍ଥିତି ବଦଳାଇବା ମାତ୍ରେ ସୃଷ୍ଟିର କ୍ଷତି ହେଉଥିଲା। ଏହି କଥାରେ ବ୍ୟସ୍ତ ହୋଇ ପ୍ରଭୁ ବ୍ରହ୍ମା ଏହାର ସମାଧାନ ବିଷୟରେ ଭଗବାନ ବିଶ୍ୱକର୍ମାଙ୍କୁ ପଚାରିଲେ। ଭଗବାନ ବିଶ୍ୱକର୍ମା ମେରୁ ପର୍ବତକୁ ଜଳ ମଧ୍ୟରେ ରଖି ସୃଷ୍ଟିକୁ ସ୍ଥିର କରିଦେଲେ। ଭଗବାନ ବିଶ୍ୱକର୍ମାଙ୍କର ନିର୍ମାଣର କ୍ଷମତା ଓ ଶିଳ୍ପକଳାରେ ପ୍ରଭୁ ବ୍ରହ୍ମା ଖୁବ ପ୍ରଭାବିତ ହୋଇଥିଲେ। ସେବେ ଠାରୁ ହିଁ ଭଗବାନ ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ବାସ୍ତୁକାର ଓ ଶିଳ୍ପୀ ବୋଲି କୁହାଯାଏ। ଏହି କାରଣରୁ ବଡ଼ କାରଖାନା ହେଉ ଅଥବା ଛୋଟ ଦୋକାନରେ ମଧ୍ୟ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ।
ପୂଜାର ଶୁଭ ମୁହୂର୍ତ୍ତ –
ଚତୁର୍ଦ୍ଦଶୀ ତିଥି ଆରମ୍ଭ ୧୫ ସେପ୍ଟେବର -୧୧ଟା ୧ ମିନିଟ
ଚତୁର୍ଦ୍ଦଶୀ ତିଥି ସମାପ୍ତ ୧୬ ସେପ୍ଟେବର – ୭ଟା ୫୬ ମିନିଟ
ପୂଜାର ଶୁଭ ମୁହୂର୍ତ୍ତ ୧୬ ସେପ୍ଟେବର ସକାଳ ୧୦ଟା ୯ ମିନିଟ ଠାରୁ ୧୧ଟା ୩୭ ମିନିଟ

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories