www.samajalive.in
Monday, December 8, 2025
20.1 C
Bhubaneswar

ପ୍ରଭୁ ବିଶ୍ୱକର୍ମାଙ୍କ ପୂଜାରେ ଏହି କଥାଗୁଡ଼ିକ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

ଭଗବାନ ବିଶ୍ୱକର୍ମାଙ୍କୁ ସୃଷ୍ଟିର ଦେବତା ବୋଲି କୁହାଯାଏ। ସେ କେବଳ ଦେବୀ-ଦେବତାମାନଙ୍କ ପାଇଁ ମହଲ ନିର୍ମାଣ କରିନାହାନ୍ତି ବରଂ ଅସ୍ତ୍ର ଶସ୍ତ୍ର ଆଦିର ମଧ୍ୟ ସୃଷ୍ଟିକର୍ତ୍ତା। ବିଶ୍ୱାସ ରହିଛି ଯେ, ଯେତେସବୁ ଉପକରଣ ବା ସାଧନ ଅଛି ସେସବୁ ଉପରେ ବିଶ୍ୱକର୍ମାଙ୍କ ପ୍ରଭାବ ରହିଥାଏ। ଏହି କାରଣରୁ ବିଶ୍ୱକର୍ମା ପୂଜା ଦିନ ସମସ୍ତ ମେସିନ୍‍ ଓ ଉପକରଣକୁ ପୂଜା କରାଯାଇଥାଏ। ତେବେ ଏପରି କିଛି କାର୍ଯ୍ୟ ଅଛି ଯାହାକୁ ଏହିଦିନ କରିବାକୁ ବାରଣ କରାଯାଇଛି। ଏହାଦ୍ୱାରା ଜୀବନରେ ଅନେକ ସମସ୍ୟା ଉପୁଜିଥାଏ। ଆସନ୍ତୁ ଜାଣିବା ବିଶ୍ୱକର୍ମା ପୂଜ ଦିନ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ୍‍ ଏବଂ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ-

ପୂଜା ଦିନ ଏହି ପ୍ରତିଜ୍ଞା ସହ ଲଗାନ୍ତୁ ତିଳକ:

- Advertisement -

ମାନ୍ୟତା ଅନୁସାରେ, ବିଶ୍ୱକର୍ମା ପୂଜା ଦିନ ଉପକରଣ ବା ସାଧନଗୁଡ଼ିକୁ ପୂଜା କରିବା ସହିତ ସେଥିରେ ତିଳକ ଲଗାଇବା ମଧ୍ୟ ଜରୁରୀ ହୋଇଥାଏ। ଏପରି କରିବା ଦ୍ୱାରା ପ୍ରଭୁ ବିଶ୍ୱକର୍ମା ପ୍ରସନ୍ନ ହୋଇଥାଆନ୍ତି। ତିଳକ ଲଗାଇବାର ଅନ୍ୟ ଏକ ତାତ୍ପର୍ଯ୍ୟ ହେଉଛି, ଆପଣ ସେ ସମସ୍ତ ଜିନିଷଗୁଡ଼ିକର ସୁରକ୍ଷା ପାଇଁ ପ୍ରତିଜ୍ଞା କଲେ। ତେଣୁ ତିଳକ ଲଗାଇ ପ୍ରତିଜ୍ଞା କରନ୍ତୁ ଯେ, ଆପଣ ନିଜ ଉପକରଣ ଓ ସାଧନଗୁଡ଼ିକର ସଠିକ୍‍ ଯତ୍ନ ନେବେ ଏବଂ ସେଗୁଡ଼ିକୁୂ ଏଣେତେଣେ ପକାଇ ତାଙ୍କର ଅପମାନ କରିବେନାହିଁ।

ପୂଜାଦିନ କାହାରିକୁ ଦିଅନ୍ତୁ ନାହିଁ ଏସବୁ ଜିନିଷ:

ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଦିନ ଯଦି କେହି ଆପଣଙ୍କୁ ଯନ୍ତ୍ରପାତି, ସାଧନ କିମ୍ବା ଉପକରଣ ମାଗୁଛି ତାହେଲେ ତାଙ୍କ କଥାକୁ ଆପଣ ଟାଳି ଦିଅନ୍ତୁ। ଏହିଦିନ ଏସବୁ ଜିନିଷ କାହାରିକୁ ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ପରୋକ୍ଷ ଭାବେ ଆପଣ ବିଶ୍ୱକର୍ମାଙ୍କୁ ସମ୍ମାନ ଦେଇଥାଆନ୍ତି। ଏହା ଆପଣଙ୍କ ସୁଖ ସମୃଦ୍ଧିରେ ସହାୟକ ହୋଇଥାଏ।

ପୂଜାରେ ଏସବୁ ଜିନିଷ ନିଶ୍ଚିତ ରଖନ୍ତୁ:

ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ମୂର୍ତ୍ତି ସମ୍ମୁଖରେ ଭୋଗ ଓ ପୂଜା ସାମଗ୍ରୀ ସହ ଘରେ ଥିବା ସମସ୍ତ ଉପକରଣ ତଥା ଯନ୍ତ୍ରପାତି ଆଦିକୁ ପରିଷ୍କାର କରି ପୂଜା ସ୍ଥାନରେ ରଖନ୍ତୁ। ଏହିଦିନ ଉପକରଣ ତଥା ସାଧନ ଗୁଡ଼ିକର ବ୍ୟବହାର ନ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରନ୍ତୁ।

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories