କଂଗ୍ରେସରେ ସାଂଗଠନିକ ପରିବର୍ତ୍ତନ : ଗୁଲାମନବୀ, ଖଡ୍‌ଗେ, ମୋତିଲାଲ ବାଦ୍‌

ନୂଆଦିଲ୍ଲୀ :  କଂଗ୍ରେସର ସାଂଗଠନିକ ସ୍ତରରେ ବଡଧରଣର ଅଦଳବଦଳ ପୂର୍ବକ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ଓ କେନ୍ଦ୍ରୀୟ ନିର୍ବାଚନ କମିଟିର ପୁନର୍ଗଠନ କରାଯାଇଛି। ଏହା ସହିତ ସର୍ବଭାରତୀୟ କଂଗ୍ରେସ କମିଟିରେ ନୂଆ ସାଧାରଣ ସମ୍ପାଦକ ଓ ବିଭିନ୍ନ ରାଜ୍ୟ ପାଇଁ ନୂଆ ପ୍ରଭାରି ନିଯୁକ୍ତ କରାଯାଇଛି। ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର କରିଥିବା ସାଂଗଠନିକ ଅଦଳବଦଳ କ୍ରମେ ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦ, ଅମ୍ବିକା ସୋନି, ମୋତିଲାଲ ଭୋରା, ଲିଜିନୋ ଫେଲେରିଓ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ସାଧାରଣ ସମ୍ପାଦକ ପଦରୁ ହଟାଇ ଦିଆଯାଇଛି। ତ୍ରୁଣମୂଳ ସ୍ତରରୁ କଂଗ୍ରେସର ସାଂଗଠନିକ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ପତ୍ର ଲେଖିଥିବା ୨୩ ନେତାଙ୍କ ମଧ୍ୟରେ ଗୁଲାମନବୀ ସାମିଲ ଥିଲେ।

prayash

ସେହିପରି ସୋନିଆଙ୍କୁ ଦଳୀୟ କାର୍ଯ୍ୟରେ ସହଯୋଗ ପାଇଁ ଏକ ୬ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ମୁକୁଲ ୱାଜନିକ୍‌, ଏକେ ଆଣ୍ଟୋନୀ, ଅହମ୍ମଦ ପଟେଲ, ଅମ୍ବିକା ସୋନି, କେସି ବେଣୁଗୋପାଳ ଓ ରଣଦୀପ  ସୂର୍ଯ୍ୟେଓ୍ଵାଲ ସଦସ୍ୟ ରହିଛନ୍ତି। ସୂର୍ଯ୍ୟେଓ୍ଵାଲା, ଜିତେନ୍ଦ୍ର ପ୍ରସାଦ, ଅଜୟ ମାକେନଙ୍କୁ ନୂଆ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯିବା ସହିତ କର୍ଣ୍ଣାଟକ, ଆସାମ ଓ ରାଜସ୍ଥାନ ପ୍ରଭାରୀ ଭାବେ ଦାୟିତ୍ବ ଦିଆଯାଇଛି। ଦଳର କେନ୍ଦ୍ର ନିର୍ବାଚନ କମିଟିର ସଦସ୍ୟ ଭାବେ ମଧୁସୂଦନ ମିସ୍ତ୍ରି, ରାଜେଶ ମିଶ୍ର, କୃଷ୍ଣ ଗୌଡା, ଏସ ଜୋଥିମାନ ଓ ଅରବିନ୍ଦର ସିଂହ ଲଭଲିଙ୍କୁ ନିଯୁକ୍ତି ଦିଆଯାଇଛି। ପି ଚିଦମ୍ବରମ୍, ଜିତେନ୍ଦ୍ର ସିଂହ, ତାରିକ ଅନୱର, ରଣଦୀପ ସୂର୍ଯ୍ୟେଓ୍ଵାଲାଙ୍କୁ ସିଡବ୍ଲ୍ୟୁସିର ନିୟମିତ ସଦସ୍ୟ କରାଯାଇଛି।

Comments are closed.