www.samajalive.in
Wednesday, December 10, 2025
16.1 C
Bhubaneswar

ମା‘ କାଳିକାଙ୍କର ଷୋଡଶ ଉପଚାର ପୂଜା

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମର ଆରାଧ୍ୟା ଦେବୀ ମା କାଳିକା ଠାକୁରାଣୀଙ୍କ ପୀଠସ୍ଥଳୀରେ ମାଙ୍କରଷୋଡଶ ଉପଚାର ପୂଜା ସହିତ ବିଶ୍ୱଶାନ୍ତି ହୋମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯଜ୍ଞାଚାର୍ଯ୍ୟ ଯୋଗେଶଚନ୍ଦ୍ର ନନ୍ଦଶର୍ମା ଯୋଗଦେଇ ବିଶ୍ୱଶାନ୍ତି ହୋମ କାର୍ଯ୍ୟ ସମ୍ପାଦନ କରିଥିଲେ। ମା‘ କାଳିକାଙ୍କ ଷୋଡଶ ଦିବସୀୟ ପୂଜା ସହିତ ଦେଶରେ ଶାନ୍ତି ତଥା ମହାମାରୀ କରୋନା କବଳରୁ ରକ୍ଷା କରିବା ପାଇଁ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା। ପୂଜକ ହରିହର ମହାପାତ୍ର, ସର୍ବେଶ୍ୱର ମହାପାତ୍ର, ଭରତ ସାହୁ ଦଣ୍ଡମେଳଣର ଦଣ୍ଡୁଆ ବୃନ୍ଦ ଓ ଗ୍ରାମବାସୀଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିଲା। ରାତିରେ ନାମସଂକୀର୍ତନ କରାଯାଇଥିଲା। ଗ୍ରାମବାସୀ ଓ ଭକ୍ତବୃନ୍ଦଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ଏକ ଭକ୍ତି ଭରା ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories