www.samajalive.in
Sunday, December 7, 2025
16.1 C
Bhubaneswar

ବନ୍ୟା ଧୋଇନେଇଛି ଚାଷୀର ଭାଗ୍ୟ, ୧କୋଟିରୁ ଅଧିକ ଟଙ୍କାର ପରିବା ଫସଲ ନଷ୍ଟ

ବାଙ୍କୀ:ଚଳିତ ବନ୍ୟାରେ ବାଙ୍କୀର କୃଷି ଶତକଡା ୧୦୦ଭାଗ ପ୍ରଭାବିତ ହୋଇଛି। ଧାନ ଓ ଅଣଧାନ ଫସଲ ବନ୍ୟାରେ ବୁଡି ପଚି ସଢି ଯିବାରୁ ବର୍ତ୍ତମାନ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି। ଧାର କରଜ କରି ଫସଲ ଡେରୁଥିବା ଚାଷୀ ଏବେ ପରିବାର ପାଇଁ ଖାଦ୍ୟ ଓ ରୋଜଗାର ହରାଇ ବସିଛି। ହଜାର ହଜାର ହେକ୍ଟର ଧାନ ଓ ପରିବା ଚାଷ ପଚିସଢି ନଷ୍ଟ ହୋଇଛି। ଯେଉଁ ବାଙ୍କୀ ବର୍ଷତମାମ୍ ନିଜର ପରିବା ଚାହିଦା ପୂରଣ କରି ପଡୋଶୀ ଖୋର୍ଦ୍ଧା,ଭୂବନେଶ୍ୱର,ନୟାଗଡ,ବ୍ରହ୍ମପୁର,କଟକ,ଅନୁଗୁଳୁ,ଢେଙ୍କାନାଳ ଆଦି ଅଞ୍ଚଳକୁ ସସଜ ପରିବା ପଠାଇ ଚାଷୀ ବେଶ୍ ଲାଭବାନ ହେଉଥିଲା। ସେହି ବାଙ୍କୀରେ ଦୀର୍ଘ ଦିନର ବନ୍ୟା ପ୍ରଭାବ ଏବଂ ୧୦ ରୁ ୧୦ଦିନର ଜଳବନ୍ଦୀରେ ଚାଷୀର ଭାଗ୍ୟ ପାଣିରେ ଭାସି ଯାଇଛି। ସେପଟେ ବାଙ୍କୀ ବଜାରରେ ସବୁଜ ପରିବାର ଗହଳି ଆଉ ନାହିଁ। ପୋଟଳ, ବାଇଗଣ, କଖାରୁ, କଲରା, କାକୁଡି, ଝୁଡଙ୍ଗ, କୋବି, ସିମ୍ବ, ଗୟଳ କଲରା, ଜହ୍ନି ଓ କଞ୍ଚାଲଙ୍କାର ଉତ୍ପାଦନ ବର୍ଷ ତମାମ୍ ଏତେ ହୋଇଥାଏ ଯେ ସମୟରେ ଲଙ୍କାକିଲୋ ୫ଟଙ୍କା,ଜହ୍ନି,ଭେଣ୍ଡି,କାକୁଡି,କଲରା,ପୋଟଳ ଅାଦି ୫ରୁ ୧୦ଟଙ୍କା ମଧ୍ୟରେ ଖାଉଟୀ କିଣୁଥିଲେ। ବ୍ୟାପକ ଅଞ୍ଚଳ ପରିବା ଚାଷର ଉତ୍ପଦାନକୁ ଆକଳନ କଲେ ୪ଦିନର ବନ୍ୟାରେ ୧କୋଟିରୁ ଅଧିକ ଟଙ୍କାର ପରିବା ଫସଲ ନଷ୍ଟ ହୋଇଥିବା ଆକଳନ କରାଯିବା ସମ୍ପର୍କରେ ବିଭିନ୍ନ ପଞ୍ଚାୟତର ପୁରୁଖା ଚାଷୀ ଓ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ପରିବା ବ୍ୟବସାୟୀ ମାନେ କହିଛନ୍ତି।


କରୋନା ପ୍ରଭାବରେ ରୋଜଗାର ହରାଇ ବସିଥିବା ଲୋକ ହାଟ ବଜାର ଓ ଗାଁ ଗହଳିରେ ଛୋଟମୋଟ ପରିବା ବ୍ୟବସାୟ କରି ପେଟ ପୋଷୁଥିଲେ। ଏବେ ପରିବା କ୍ଷତି ହେତୁ ସେମାନଙ୍କର ଜୀବନ ଜୀବିକା ଅନୁରୂପ ଭାବରେ ଠପ ହୋଇଥିବା ଜଣାପଡିଛି। ଶନିବାର ଓ ମଙ୍ଗଳବାର ବାଙ୍କୀ ଋଚିକା ହାଟ ପରିବା ଶୂନ୍ୟ। ଚାଷୀ ନାହିଁ କି ବ୍ୟବସାୟୀ ନାହିଁ। ସେହିପରି ବାଙ୍କୀ ବଜାରର ମୁଖ୍ୟ ରାସ୍ତା ଉପରେ ବସୁଥିବା ଦୈନିକ ହାଟ ମଧ୍ୟ ଖାଁଖାଁ। ପାହାଡିଆ ଜଙ୍ଗଲିଆ ଅଞ୍ଚଳରେ କିଛି ଚାଷୀଙ୍କର ଉଜୁଡା ପରିବାରୁ ଆସୁଥିବା କିଛି ବାଇଗଣ,ପୋଟଳ,ଝୁଡଙ୍ଗର ସାମୟିକ ବ୍ୟବସାୟ ଥିଲେ ମଧ୍ୟ ଦରଦାମ୍ ଶୁଣି ଖାଉଟୀ ପରିବାଟିଏ କିଣିବା ପାଇଁ ସକ୍ଷମ ହେଉନାହାଁନ୍ତି। ବାଙ୍କୀ ବଜାରରେ ବାଇଗଣ, ପୋଟଳ, ଭେଣ୍ଡି, ଟମାଟୋ, ଝୁଡଙ୍ଗ କିଲୋ ୬୦ଟପିଥିଲା ବେଳେ ଜହ୍ନି, ଗୟଳ କଲରା, କଲରା କିଲୋ ପ୍ରତି ୪୦ଟଙ୍କା ଖାଉଟୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସେହିପରି ପିଆଜ କିଲୋ ୩୦, ଆଳୁ ୩୨, ରସୁଣ,ଅଦା କିଲୋ ପ୍ରତି ୧୫୦ଟଙ୍କା ଥିଲା ବେଳେ ଗରିବଙ୍କ ନିତିଦିନିଆ କଞ୍ଚାଲଙ୍କା କିଲୋ ୧୫୦ଟଙ୍କା ଭାଉରେ ବନ୍ୟା ବିପନ୍ନ ସାଧାରଣ ଲୋକଠାରୁ ଗରୀବ ଗୁରୁବା ପର୍ଯ୍ୟନ୍ତ କିଣି ଖାଇବା ସମ୍ଭବ ହୋଇନାହିଁ। ମଧ୍ୟମ ଧରଣର ବନ୍ୟାରେ ସବୁଜ ପନିପରିବା ନଷ୍ଟ ହୋଇଯାଇଥିବା ହେତୁ ଅବଶ୍ୟ ଦର ବଢିପାରେ କିନ୍ତୁ ଆଳୁ,ପିଆଜ,ଅଦା,ରସୁଣର ଅଭାବୀ ବିକ୍ରୀ ସାଥିକୁ ଚଢା ଦରଦାମ୍ ଆଧୁ ବ୍ୟବସାୟୀଙ୍କ ଖାଉଟୀଙ୍କୁ ଶୋଷଣ ବଢିଯାଇଥିଲେ ମଧ୍ୟ ବଜାର ଦର ନିୟନ୍ତ୍ରଣରେ ବାଙ୍କୀ ପ୍ରଶାସନର ନଜର ନଥିବା ନେଇ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଧରିଛି। ସ୍ଥାନୀୟ ପ୍ରଶାସନ ଏଦିଗରେ ଦୃଷ୍ଟି ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories