www.samajalive.in
Sunday, December 7, 2025
18.1 C
Bhubaneswar

ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ: ଡ଼ିସିପିଙ୍କୁ ରିପୋର୍ଟ ମାଗିଲେ ମହିଳା କମିଶନ, ଶିଶୁ ସୁରକ୍ଷା ଆୟୋଗ

ଭୁବନେଶ୍ବର: ରାଜଧାନୀରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ଘଟଣାରେ ପୁଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଘଟଣା ଘଟିବାର ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ଏ ସମ୍ପର୍କରେ ପୁଲିସ ଯଥୋଚିତ ତତ୍ପରତା ପ୍ରଦର୍ଶନ କରି ନ ଥିବା ନେଇ ଉଭୟ ଅଭିଯୋଗ କରିବା ସହ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି । ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିଶନର ସନ୍ଧ୍ୟାବତୀ ପ୍ରଧାନ ଓ ମହିଳା କମିଶନ ଅଧ୍ୟକ୍ଷା ଡ଼. ମିନତୀ ବେହେରା ଏ ସମ୍ପର୍କରେ ପୁଲିସ କମିଶନରଙ୍କୁ ଭିନ୍ନଭିନ୍ନ ଚିଠି ଲେଖିଥିବା ସୂଚନା ମିଳିଛି । ଏପରିକି ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନ ନେଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜ ଆଡ଼ୁ ତଦନ୍ତ କରିବ ବୋଲି ମଧ୍ୟ ସୂଚାଇ ଦେଇଛନ୍ତି ।
ଗତ ମାର୍ଚ ଓ ଏପ୍ରିଲ ମାସରେ ନାବାଳିକାଙ୍କୁ କିଛି ପୁଲିସ କର୍ମୀ, ତାଙ୍କର ସହଯୋଗୀ ବାରମ୍ବାର ଗଣଦୁଷ୍କର୍ମ କରିଥିବା ନେଇ ଅଗଷ୍ଟ ୩୦ ତାରିଖରେ ତାଙ୍କର ମା’ ଅଭିଯୋଗ କରିଥିଲେ । ଏହାପରେ ଏହି ପ୍ରସଙ୍ଗ ଚର୍ଚାର ପରିଧିକୁ ଆସିଥିଲା । ଇତିମଧ୍ୟରେ ଗୋଟିଏ ସପ୍ତାହ ବିତି ଯାଇଥିଲେ ମଧ୍ୟ ପୁଲିସ ସେପରି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରି ଥିବା ନେଇ ଅଭିଯୋଗ ହୋଇଛି ।
ଏହି ଘଟଣାରେ କିଛି ପୁଲିସ କର୍ମଚାରୀଙ୍କ ସହ ଗଣମାଧ୍ୟମ ସହ ସଂପୃକ୍ତ ଦୁଇଜଣ ବ୍ୟକ୍ତି ଜଡ଼ିତ ଥିବା ମଧ୍ୟ ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରା ଓ ପୋକ୍ସୋ ଆଇନରେ ମାମଲା ରୁଜୁ କରିଛି । କମିଶନର ପୁଲିସ ଇତିମଧ୍ୟରେ ନାବାଳିକାଙ୍କ ବୟାନ ରେକର୍ଡ଼ କରିଛି ଏବଂ ସେ ପୁଲିସ କର୍ମଚାରୀ ଓ ତାଙ୍କ ସହଯୋଗୀଙ୍କ ନାଁ ଉଲ୍ଲେଖ କରିଛନ୍ତି । ଏହି ପ୍ରସଙ୍ଗରେ ମହିଳା କମିଶନ ଡ଼. ମିନତୀ ବେହେରା କହିଛନ୍ତି ଯେ ଘଟଣାର ତଦନ୍ତ ଧାରା ଉପରେ କମିଶନ ପୁରା ନଜର ରଖିଛନ୍ତି, ଆବଶ୍ୟକ ପଡ଼ିଲେ ଏ ନେଇ ପୁଲିସ ମହାନିର୍ଦେଶକଙ୍କ ସହ ଆଲୋଚନା କରାଯିବ।
ଅନ୍ୟପକ୍ଷରେ ଭୁବନେଶ୍ବର ଡ଼ିସିିପି ଘଟଣାର ଗୁରୁତ୍ବ ଦୃଷ୍ଟିରୁ ତଦନ୍ତ ନିମନ୍ତେ ଏକ ତଦନ୍ତକାରୀ ଦଳ ଗଠନ କରାଯାଇଥିବା ଏବଂ ଆଇସିଡ଼ବ୍ଲ୍ୟୁକୁ ତଦନ୍ତ ଦାୟିତ୍ବ ଦିଆଯାଇଥିବା ସୂଚନା ଦେଇଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories