ଆନ୍ଧ୍ର ମାଛରେ ବିଷ !

0

କଟକ/ଗୌହାଟୀ: ଆନ୍ଧ୍ର ମାଛ ଉପରେ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟ ନିର୍ଭର କରୁଥିବା ବେଳେ ଏଥିରେ ବିଷ ମିଶି ରହିଥିବା ଜଣାପଡିଛି। ଏନେଇ ଆସାମ ସରକାର ଅବଗତ ହେବା ପରେ ଆନ୍ଧ୍ର ମାଛ ଆମଦାନୀ ଉପରେ କଟକଣା ଜାରି କରିଛନ୍ତି। ବୁଧବାରଠାରୁ ୧୦ ଦିନ ପର୍ଯ୍ୟନ୍ତ ଆନ୍ଧ୍ରରୁ ଆସାମକୁ ମାଛ ଆମଦୀନ ବନ୍ଦ କରଯାଇଥିବା ଜଣାପଡିଛି। ମାଛକୁ ଦୀର୍ଘ ଦିନ ଧରି ସତେଜ ରଖିବା ପାଇଁ ଦିଆଯାଉଥିବା ଫର୍ମାଲିନ ଡିହାଇର୍ଟ କେମିକାଲ ମଣିଷ ଶରୀରରେ କ୍ୟାନସର ସୃଷ୍ଟି କରେ ବୋଲି ସ୍ବସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ଗତ ୨୯ରେ ଆନ୍ଧ୍ରପ୍ରଦେଶ ମାଛର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପରୀକ୍ଷାଗାରାକୁ ପଠାଯାଇଥିଲା। ଏଥିରେ ମାରତ୍ମକ ଫର୍ମାଲିନ କେମିକାଲ ବ୍ୟବହାର କରାଯାଉଥିବା ସ୍ପଷ୍ଟ ହୋଇଛି। ଏନେଇ ଆସାମର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପିଜୁସ୍ ହାଜରିକା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେଣୁ ଆସାମ ସରକାର ଆନ୍ଧ୍ର ମାଛ ଆମଦାନୀ ବନ୍ଦ କରିବା ପାଇଁ କଟକଣା ଜାରି କରିଛନ୍ତି। ସରକାରଙ୍କ ନିୟମ ଉଲ୍ଲଙ୍ଘନ କରି ଆନ୍ଧ୍ରପ୍ରଦେଶରୁ ଆମଦାବୀ ହେଉଥିବା ମାଛ ବିକ୍ରି କରୁଥିବା ବେପାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ। ସେମାନଙ୍କୁ ୨ରୁ ୭ ବର୍ଷ ଜେଲ ଦଣ୍ଡ ସହ ୧୦ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବ।

ଓଡିଶାବାସୀଙ୍କ ଚାହିଦା ପୁରଣ ପାଇଁ ପ୍ରତିଦିନ ଆନ୍ଧ୍ରପ୍ରଦେଶରୁ ଟ୍ରକ୍ ଟ୍ରକ୍ ମାଛ ଆମଦାନୀ କରାଯାଉଛି। ଏହି ମାଛରେ ମାରାତ୍ମକ ରସାୟନିକ ସାମଗ୍ରୀ ମିଶିରହି ଥିବା ଆଶଙ୍କା ପ୍ରକାଶ ପାଇଛି। ସଚେତନାତା ଅଭାବରୁ ଓଡିଶାବାସୀ ସେହି ବିଷାକ୍ତ ମାଛ ଖାଇ ରୋଗ କିଣୁଛନ୍ତି। ଆସମା ସରକରଙ୍କ ପଦକ୍ଷେପ ପରେ ଓଡିଶାରେ ମଧ୍ୟ ସମାନ କଟକଣା ଜାରି ପାଇଁ ଦାବି ହେଉଛି।

Leave A Reply