ଏହି ସବୁ ଗଛ ଘରେ ରହିଲେ ଶୁଭଫଳ ମିଳେ

0

ଲୋକମାନେ ନିଜ ଘରର ପରିବେଶକୁ ସୁନ୍ଦର କରିବା ପାଇଁ ଅନେକ ପ୍ରକାରର ଗଛ ଲଗାଇଥାନ୍ତି। କିନ୍ତୁ ବେଳେବେଳେ ଅଜାଣତରେ ଏପରି କିିଛି ଲଗାଇ ଦିଅନ୍ତି ଯାହାଦ୍ୱାରା ଅନେକ ପ୍ରକାରର କୁପ୍ରଭାବ ଘରେ ପଡିଥାଏ। ଆସନ୍ତୁ ଜାଣିବା,ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଗଛକୁ ଘରେ ରଖିବା ଉଚିତ୍‍ …
ବାସ୍ତୁଶାସ୍ତ୍ର ଅନୁସାରେ କଣ୍ଟା ଜାତୀୟ ବୃକ୍ଷରୁ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ଘରେ କଦାପି କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହିଁ, ଏହାଦ୍ୱାରା ଜୀବନରେ ସର୍ବଦା କଷ୍ଟ ଲାଗି ରହିଥାଏ।


ଯେଉଁଠି କୁହାଯାଇଛି ଯେ, କଣ୍ଟା ଜାତୀୟ ବୃକ୍ଷ ଘରେ ଲଗାଇବା ଉଚିତ ନୁହେଁ। କିନ୍ତୁ ଗୋଲାପ, ଚମ୍ପା ଗଛ ବଗିଚାରେ ଲଗାଇବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ।
ମନିପ୍ଲାଣ୍ଟ ଗଛ ଘରେ ଲଗାଇବା ଦ୍ୱାରା ଶୁଭଫଳ ମିଳିଥାଏ। ଘରର ମୁଖ୍ୟ ଦ୍ୱାର ନିକଟରେ ଏହି ଗଛ ଲଗାଇବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।


ଅଶ୍ୱତ୍ଥ ବୃକ୍ଷରେ ସମସ୍ତ ଦେବାଦେବୀ ବାସ କରିଥାନ୍ତି। ଯଦି କେବେ ଘରର ଦ୍ୱାର ନିକଟରେ ଅଶ୍ୱତ୍ଥ ବୃକ୍ଷ ଉଠିଥିବ ତେବେ ତାକୁ ପ୍ରଥମେ ପୂଜାକରି ଅନ୍ୟ ଜାଗାରେ ଲଗାଇ ଦିଅନ୍ତୁ।
ହିନ୍ଦୁ ଧର୍ମ ଅନୁସାରେ ତୁଳସୀ ବୃକ୍ଷକୁ ଅଧିକ ମହତ୍ତ୍ୱ ଦିଆଯାଇଛି। ତୁଳସୀ ବୃକ୍ଷ ପବିତ୍ର ହୋଇଥିବାରୁ ସମସ୍ତ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ତେଣୁ ଏହାକୁ ଘରର ମୁଖ୍ୟ ଦ୍ୱାର କିମ୍ବା ଅଗଣାରେ ଲଗାନ୍ତୁ।

Leave A Reply