www.samajalive.in
Sunday, December 7, 2025
23.1 C
Bhubaneswar

ଆଉ ଦେଖିବାକୁ ମିଳୁନି ବାଇ ଚଢେଇ ଓ ବସା

ଖଡିଆଳ : ସମଗ୍ର ଭାରତ ବର୍ଷରେ ବାଇ ଚଢେଇଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଦୃତ ଗତିରେ ଜନସଂଖ୍ୟା ବୃଦ୍ଧି, କୋଠାବାଡି ନର୍ମାଣ, ଯାନାବାହନ ସଂଖ୍ୟା ଦିନକୁ ଦିନ ବୃଦ୍ଧି, ପରିବେଶ ବିପର୍ୟ୍ୟସ୍ତ ସହ ବଣ ଜଙ୍ଗଲ ଧ୍ୱଂସ ବନ୍ୟପଶୁ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାର ମୁଖ୍ୟ କାରଣ ପାଲଟିଛି । ଏହି କ୍ରମରେ ଆକର୍ଷଣୀୟ ବାଇ ଚଢେଇ ବିଲୁପ୍ତ ପ୍ରାୟ ଅବସ୍ଥାରେ ରହିଥିବା ବେଳେ ଆଉ ଦେଖିବାକୁ ମିଳୁନାହିଁ। ପ୍ରକୃତିର ଅନ୍ୟ ଏକ ଅବଦାନ ବାଇ ଚଢେଇ ଓ ତାର ବସା ଆଉ ଗାଁ ଗହଳିରେ ଦେଖିବାକୁ ମିଳୁନାହିଁ। ଏହି ଚଢେଇ ଏବଂ ତାର ବସା ପ୍ରକୃତିର ଏକ ଅବଦାନ ହୋଇଥିବା ବେଳେ ଦେଖିବାକୁ ଯେତିକି ସୁନ୍ଦର ତାର ବସା ଅତ୍ୟନ୍ତ ଲୋଭନୀୟ ଅଟେ। ପକ୍ଷୀ ଜଗତରେ ସର୍ବଶ୍ରେଷ୍ଠ ସ୍ଥପତି ତଥା କୁଶଳୀ କାରିଗର ପକ୍ଷୀ ରୂପେ ପରିଚିତ ଏହି ପକ୍ଷୀ ବିଶେଷ କରି ବହୁଳ ମାତ୍ରାରେ ଦେଖିବାକୁ ମିଳୁଥିଲା। ଗାଁ ମାନଙ୍କରେ, ଗଛ ମାନଙ୍କରେ ମନଲୋଭା ବସା ଓ ତାର ସ୍ୱର କେତେ ଯେ ଆନନ୍ଦ ଦେଉଥିଲା। ବର୍ତ୍ତମାନ ଆଧୁନିକ ଯୁଗରେ ଏହି ପକ୍ଷୀ ଓ ତାର ସ୍ୱର ଏକ ପ୍ରକାର ଲୋପ ପାଇବାରେ ବସିଛି। ଆଉ କେଉଁଠି ଦେଖିବାକୁ ମିଳୁନି। ପୂର୍ବେ ବିଭିନ୍ନ ପ୍ରାକୃତିକ ବିପର୍ୟ୍ୟୟର ଆଗୁଆ ସୂଚନା ଏହି ପକ୍ଷୀ ମାଧ୍ୟମରେ ଜାଣି ହେଉଥିଲା ବୋଲି ବୃଦ୍ଧବୃଦ୍ଧା ମାନେ ଦୃଢୋକ୍ତିର ସହ ପ୍ରକାଶ କରନ୍ତି। ବର୍ତ୍ତମାନ ଏହି ପକ୍ଷୀ ସହ ଅନ୍ୟାନ୍ୟ ପକ୍ଷୀ ଓ ଜୀବଜନ୍ତୁଙ୍କ ସଂଖ୍ୟା ଦ୍ରୃତ ଗତିରେ ହ୍ରାସ ପାଇବାରେ ବସିଛି। ଦିନ ଆସିବ ଏମାନଙ୍କ କେବଳ ଫଟୋକୁ ଦେଖି ଗୋଟିଏ ଏପରି ପକ୍ଷୀ ଥିଲା ବୋଲି ଆଗାମୀ ପିଢି ମାନେ ଯୁକ୍ତି ବାଢିବେ। ଏନେଇ ପରିବେଶବିତ୍ ମାନେ ମଧ୍ୟ ଉଦ୍ବେଗ ପ୍ରକାଶ କରୁଥିବା ବେଳେ ଏମାନଙ୍କ ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦେଉଛନ୍ତି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories