www.samajalive.in
Sunday, December 7, 2025
23.1 C
Bhubaneswar

ସହର ରାସ୍ତା ମପାମପି ନେଇ ଜୋର ଧରିଲା ଚର୍ଚ୍ଚା

ଟିଟିଲାଗଡ଼: ଦୀର୍ଘ ବର୍ଷର ଅନ୍ତରାଳରେ ଟିଟିଲାଗଡ ଉପଜିଲାପାଳ ଭାବରେ ଜଣେ ଯୁବ ଆଇଏଏସ ଅଧିକାରୀ ସୌମେଶ ଉପାଧ୍ୟାୟ ଯୋଗଦେବା ପରେ ତାଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗି ରହିଛି। ଏହା ସହ ପୌରପରିଷଦର ନିର୍ବାହି ଅଧିକାରୀ ପଦଭାର ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି। ଏ ପରିପ୍ରେକ୍ଷୀରେ ସହରର ବିଭିନ୍ନ ସମସ୍ୟା ନେଇ ଉପଜିଲାପାଳ ଶ୍ରୀ ଉପାଧ୍ୟାୟ କଠୋର ପଦକ୍ଷେପ ଗ୍ରହଣ କରିବେ ବୋଲି ଲୋକଙ୍କ ଆଶା ଉଜ୍ଜୀବିତ କରିଛି। ଟିଟିଲାଗଡ ଉପଖଣ୍ଡ ମୁଖ୍ୟାଳୟ ସହ ପଶ୍ଚିମ ଓଡିଶାର ଅନ୍ୟତମ ମୁଖ୍ୟ ରେଳ ଜଙ୍କସନ ତଥା ଜାତୀୟ ରାଜପଥ ଉପରେ ଥିବା ସହରରେ ଦିନକୁ ଦିନ ଭିଡ ବୃଦ୍ଧି ନେଇ ଚାଲିବାକୁ ଆଉ ରାସ୍ତା ନାହିଁ। ସହରର ଜନସଂଖ୍ୟା ମଧ୍ୟ ଦେଶର ଜନସଂଖ୍ୟାକୁ ତାଳ ଦେଇ ଦୃତ ଗତିରେ ବୃଦ୍ଧି ହୋଇଚାଲିଛି। ଏପରିପ୍ରେକ୍ଷୀରେ ସହରର ଯେଉଁ ପଟରେ ଗଲେ ମାଳମାଳ ଘର ଦୋକାନରେ ରାସ୍ତା ଗୁଡିକର ଆକାର ଦିନକୁ ଦିନ ଅସ୍ତିତ୍ୱ ହରାଇଚାଲିଥିବା ଅଭିଯୋଗ ହୋଇଛି। ଏପରିିକି ସହର ମଧ୍ୟରେ ଥିବା ପ୍ରାୟ ୮ଟି ଗଳି ରାସ୍ତା ସମ୍ପୂର୍ଣ୍ଣ ଭାବରେ ମାନିଚତ୍ରରୁ ଲୋପ ପାଇସାରିଥିବା ଅଭିଯୋଗ ହୋଇଛି। ଅନେକ ରାସ୍ତା ଅତିକ୍ରମଣ ହୋଇ ସଂକୁଚିତ ହୋଇପଡିଛି। ଦୋକାନ, ମଲ, ବ୍ୟାଙ୍କ ନିଜର କୌଣସି ପାର୍କିଂ ବ୍ୟବସ୍ଥା କରି ନ ଥିବା ବେଳେ ରାସ୍ତା ଉପରେ ହିଁ ଯାନବାହାନ ପାର୍କିଙ୍ଗ ହେଉଛି। ଏପରିପ୍ରେକ୍ଷୀରେ ଯାନବାହାନ ତଥା ଲୋକଙ୍କ ପ୍ରବଳ ଭିଡ ନେଇ ସହର ପ୍ରାୟତଃ ରୁନ୍ଧି ହେଲା ପରି ପ୍ରତ୍ୟେୟ ହେଉଛି। କୌଣସି ଆଗୁଆ ଯୋଜନା ପ୍ରସ୍ତୁତ ନହେବା, ପାର୍କିଂ ବ୍ୟବସ୍ଥା ସୁନିଶ୍ଚିତ କରିନଥିବା ମଲ, ଦୋକାନବଜାର, ବ୍ୟାଙ୍କ ପ୍ରତିଷ୍ଠାନ ଗୁଡିକୁ ଅନୁମତି ଦେବା ଯୋଗୁଁ ପରିସ୍ଥିତି ଦିନକୁ ଦିନ ଅଣାୟତ ହୋଇପଡିଥିବା ଅଭିଯୋଗ ହୋଇଛି। ଏପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ ଉପଜିଲାପାଳ ଶ୍ରୀ ଉପାଧ୍ୟାୟ, ତହସିଲଦାର ଆନନ୍ଦ ପଣ୍ଡା ତଥା ରାଜସ୍ୱ ଏବଂ ପୌରପରିଷଦ ଯନ୍ତ୍ରୀ, କର୍ମଚାରୀ କଚେରି ଛକରୁ ସିନେମାହଲ ରାସ୍ତାରେ ମପାମପି କରିବା ନେଇ ସହରବାସୀଙ୍କ ମଧ୍ୟରେ ତଥା ସାମାଜିକ ଗଣମାଧ୍ୟରରେ ବିଭିନ୍ନ ଗୃପରେ ଚର୍ଚ୍ଚା ଜୋର ଧରିଛି। ଉପଖଣ୍ଡ ମୂଖ୍ୟ ଡାକ୍ତରଖାନା ରାସ୍ତା ଧର୍ମଶାଳା ରାସ୍ତା, ରାଧାକୃଷ୍ଣ ମନ୍ଦିର ରାସ୍ତା, ଶାସ୍ତ୍ରୀ ଛକରୁ ବ୍ୟାଙ୍କ ଛକ ଆଦି ମୁଖ୍ୟ ରାସ୍ତା ଗୁଡିକରେ ସର୍ବଦା ଭିଡ ନେଇ ଉପଜିଲାପାଳ ପଦକ୍ଷେପ ନେବା ଆବଶ୍ୟକ ବୋଲି ଦାବି ହୋଇଛି।

ତେବେ ରାସ୍ତା ଉଦ୍ଧାର ନେଇ ରାଜନୈତିକ ପ୍ରତିବନ୍ଧକ, ସଲାସୁତୁରା, ଚିହ୍ନାମୁହଁ ଆଦି ସର୍ବଦା ଏକ ବିରାଟ ପ୍ରାଚିର ଭାବରେ ଦଣ୍ଡାୟମାନ ହୋଇରହିଥିବା ବେଳେ ପ୍ରଶାସନ ଏନେଇ କିଭଳି ସତସାହାସ କରିବ ତାହା ଦେଖିବାକୁ ବାକି ରହିଲା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଏସମ୍ପର୍କରେ ଟିଟିଲାଗଡ ତହସିଲଦାର ଶ୍ରୀ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ଉପଜିଲାପାଳଙ୍କ ସହ ସବିଶେଷ ଆଲୋଚନା ପରେ ଆଗାମୀ ଦିନରେ ଯାହା କିଛି ନିଷ୍ପତି ଗ୍ରହଣ କରାଯିବ ବୋଲି କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories