ରାତିରେ ବିମାନ ବାତିଲ ହେବାରୁ ରନ୍‌ଓ୍ୱେରେ ଧାରଣାରେ ବସିଲେ ଯାତ୍ରୀ

0

ନୂଆଦିଲ୍ଲୀ: ରାତିରେ ବିମାନ ବାତିଲ ହେବାରୁ ଏହାର ଯାତ୍ରୀମାନେ  ରନ୍‌ଓ୍ୱେରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରି ଘଟଣା  ଦିଲ୍ଲୀ  ବିମାନ ବନ୍ଦରରେ ଘଟିଛି । ଜେଟ୍‌ ଏୟାରଓ୍ୱେଜ୍‌ରେ   ୯ଡବ୍ଲୁ୦୯୨ ସଂଖ୍ୟା ବିଶିଷ୍ଟ ବିମାନର ଉଡାଣକୁ ମଙ୍ଗଳବାର ରାତିରେ ବାତିଲ କରାଯାଇଥିଲା । ମାତ୍ର ଏହାକୁ ନେଇ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।  ବିମାନ ସଂସ୍ଥା ସେମାନଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ ।

ଏହାପରେ ଅନେକ ଯାତ୍ରୀ ବିମାନ ବନ୍ଦରର ରନ୍‌ଓ୍ୱେ  ଉପରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି ।

video courtesy INDIA TODAY

Leave A Reply