BSKY banner  750×100

ଓପେକ୍‍କୁ ଭାରତର ଚେତାବନୀ : ଅଶୋଧିତ ତେଲ ଦର କମା, ନହେଲେ ଆମଦାନୀ କମାଇବୁ

nua o banner
0

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବାରମ୍ବାର ବୃଦ୍ଧି ପାଉଥିବା ଦରକୁ ନେଇ ଭାରତ ଏବେ ତୈଳ ଉତ୍ପାଦକ ଦେଶ ସଂଘ (ଓପେକ୍‍)କୁ ଚେତାବନୀ ଦେଇଛି। ତେଲ ଦର କମା ନହେଲେ ଆମଦାନୀ କମାଇବୁ ବୋଲି ଭାରତ ପକ୍ଷରୁ ଚେତାବନୀ ଦିଆଯାଇଛି। ବିଶ୍ୱରେ ସର୍ବାଧିକ ଅଶୋଧିତ ତୈଳ ଆମଦାନୀ କରୁଥିବା ଦେଶ ମଧ୍ୟରେ ଭାରତ ରହିଛି। କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ବୃଦ୍ଧି ଭାରତ ତୈଳ ବଜାରରେ ନକରାତ୍ମକ ପ୍ରଭାବ ପକାଉଛି। ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶ ଛୁଅାଁ ରହୁଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚିତ ହେବାକୁ ପଡ଼ୁଛି। ପେଟ୍ରୋଲ ରପ୍ତାନୀକାରୀ ରାଷ୍ଟ୍ର ସଂଘ (ଓପିଇସି) ବା ଓପେକକୁ ଭାରତୀୟ ତୈଳ ନିଗମ (ଆଇଓସିଏଲ) ଅଧ୍ୟକ୍ଷ ସଂଜୀବ ସିଂହ ଚେତାବନୀ ଦେଇ କହିଛନ୍ତି ଯେ ଅଢେଇ ମାସ ହେବ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଯଦି ଏପରି ହୁଏ ଉପଭୋକ୍ତା ବିକଳ୍ପର ବାଟ ଖୋଜିବେ। ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଭାରତୀୟ ଉପଭୋକ୍ତା ଇଲେକ୍ଟ୍ରିକ୍‍ ଏବଂ ଗ୍ୟାସ୍‍ ଭଳି ବିକଳ୍ପ ଆଡ଼କୁ ଢଳିବେ। କାରଣ ଇଲେକ୍ଟ୍ରିକ୍‍ ଏବଂ ଗ୍ୟାସ ପେଟ୍ରୋଲ ଏବଂ ଡିଜେଲ ଅପେକ୍ଷା ଶସ୍ତା ରହିବ। ଏପରି ହେଲେ ୨୦୨୫ ସୁଦ୍ଧା ଭାରତର ପ୍ରତିଦିନ ୧୦ ଲକ୍ଷ ବ୍ୟାରେଲ ତେଲର ଚାହିଦା କମିଯିବ। ଚାହିଦାକୁ ମୂଲ୍ୟଠାରୁ ଅଲଗା କରି ଦେଖାଯାଇ ହେବନି। ଦର ବୃଦ୍ଧି ଘଟିଲେ ସ୍ୱଳ୍ପକାଳୀନ ଚାହିଦାରେ କୌଣସି ଫରକ ପଡ଼ିବ ନାହିଁ; ହେଲେ ଦୀର୍ଘ ମିଆଦି ଚାହିଦା ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ। ଲିବିୟା, ଭେନେଜୁଲା ଏବଂ କାନାଡ଼ା ଭଳି ଦେଶ ଓପେକରୁ ତୈଳ ଆମଦାନୀ କମାଇବା ପରେ କିଛି ଦିନ ହେବ ଅଶୋଧିତ ତୈଳ ଦର ୫% ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

Leave A Reply