ଜାଣନ୍ତୁ ଲିଫ୍ଟରେ କାହିଁକି ଲଗାଯାଇଥାଏ କାଚ ଓ ଏହା ପଛର କାହାଣୀ

0

ଉଚ୍ଚ ଅଟ୍ଟାଳିକା ମାନଙ୍କରେ ଯିବାଆସିବାରେ ସୁବିଧା ପାଇଁ ଲିଫ୍ଟ ତିଆରି କରାଯାଇଥାଏ। ହେଲେ ଆପଣ କେବେ ନଜର କରିଛନ୍ତି କି ଲିଫ୍ଟରେ କାଚ ଲଗା ହୋଇଥାଏ? ଯଦି ଦେଖିଛନ୍ତି ତେବେ ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିଛି କି ଲିଫ୍ଟ ମାନଙ୍କରେ କାଚ କାହିଁକି ଲଗାଯାଇଥାଏ? ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିଥାଏ ଓ ସେମାନେ ଏହାର ଉତ୍ତର ଜାଣିବା ପାଇଁ ଗୁଗୁଲ୍‍ରେ ଏହାର ସନ୍ଧାନ କରିଥା’ନ୍ତି। ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଯେ ପ୍ରକୃତରେ ଲିଫ୍ଟରେ କାଚ କାହିଁକି ଲଗାଯାଇଥାଏ।
ଲିିଫ୍ଟରେ କାଚ ଲଗାଇବା ପଛରେ ଅନେକ କାରଣ ରହିଛି। ତେବେ ମନୋବିଜ୍ଞାନ ମଧ୍ୟ ଏହାକୁ ସମର୍ଥନ କରିଛି। ଲିଫ୍ଟରେ ଗୋଟିଏ ସ୍ଥାନରେ ଠିଆ ହୋଇ ରହିବା ଦ୍ୱାରା ମନରେ ବିରକ୍ତିଭାବ ପ୍ରକାଶ ପାଇଥାଏ। ଲୋକମାନଙ୍କର ଏହି ବିରକ୍ତିଭାବକୁ ଦୂର କରିବାପାଇଁ ଲିଫ୍ଟରେ କାଚ ଲଗାଯାଇଥାଏ। ଏହାଦ୍ୱାରା ସେମାନେ ଲିଫ୍ଟରେ ଥିବା ସମୟରେ ନିଜକୁ କାଚରେ ଦେଖି କେତେକାଂଶରେ ଖୁସି ହୋଇପାରିବେ। କୁହାଯାଏ ଯେ, ପ୍ରଥମେ ଯେତେବେଳେ ଲିଫ୍ଟ ଲଗାଯାଇଥିଲା ସେତେବେଳେ ଲୋକେ ସେଥିରେ ଯିବାକୁ ପସନ୍ଦ କରୁନଥିଲେ ଓ ବିରକ୍ତିଭାବ ପ୍ରକାଶ କରୁଥିଲେ। ଏହି କାରଣରୁ ଲିଫ୍ଟ ତିଆରି କରୁଥିବା ଇଞ୍ଜିନିୟର ମାନେ ବହୁତ ସମୟ ଏ ବିଷୟରେ ଚିନ୍ତା କରି ଏଥିରେ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କଲେ। ଶେଷରେ ସେମାନେ ଚିନ୍ତାକଲେ ଯେ ଯଦି ଲିଫ୍ଟରେ କାଚ ଲଗାଇ ଦିଆଯାଏ ତେବେ ତାହା ସୁନ୍ଦର ଦେଖାଯିବା ସହ ଲୋକମାନେ ସେଥିରେ ନିଜକୁ ଦେଖି ପାରିବେ ଓ ସେମାନଙ୍କ ମଧ୍ୟରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇପାରିବ। ଏହି ପଦ୍ଧତି ଆପଣେଇବା ପରେ ସେମାନଙ୍କୁ ଅଦ୍ଭୁତ ସଫଳତା ମିଳିଥିଲା। ଏହାପରଠାରୁ ଲିଫ୍ଟ ମାନଙ୍କରେ କାଚ ଲଗାଗଲା। ବର୍ତ୍ତମାନ ଲୋକେ ଲିଫ୍ଟରେ ଆନନ୍ଦରେ ଯିବାଆସିବା କରୁଛନ୍ତି ଓ ଉଚ୍ଚ ଅଟ୍ଟାଳିକା ଏବଂ ବଡ଼ ବଡ଼ ଫ୍ଲାଟ୍‍ରେ ରହୁଥିବା ଲୋକଙ୍କର ଏହା ପ୍ରଥମ ପସନ୍ଦ ପାଲଟିଛି।

Leave A Reply