www.samajalive.in
Tuesday, December 9, 2025
26.1 C
Bhubaneswar

କମୁଛି ଜଳସ୍ତର; ଥମୁନି ଜଳବନ୍ଦୀଙ୍କ ଦୁର୍ଦ୍ଦଶା

ବାଙ୍କୀ : ମହାନଦୀର ବନ୍ୟା ଜଳ ମଙ୍ଗଳବାର ଅପରାହ୍ନରେ ହ୍ରାସ ପାଇ ଜଳସ୍ତର ବାଙ୍କୀଠାରେ ୭.୫ ମିଟରରେ ବିପଦ ସଂକେତ ତଳେ ପ୍ରଭାବିତ ହେଉଛି। ଜଳସ୍ତର କମିଥିଲେ ମଧ୍ୟ ଶାଖା ନଦୀ ରଣନଦୀରେ ବନ୍ୟାଜଳ ହ୍ରାସ ହୋଇନଥିବା ଜଣାପଡିଛି। ରଣନଦୀର ବନ୍ୟାଜଳ ପ୍ରଭାବରେ ବାଙ୍କୀ ବ୍ଲକ ଅନ୍ତର୍ଗତ ବିଲିପଡା, ଶିମିଳିପୁର, ହରିରାଜପୁର, ଦୋଲଣାପୁର, ଗୋବିନ୍ଦପୁର, ତାଳବସ୍ତ, ଗୋପାଳପୁର ଓ ଢଁସର ପ୍ରଭୂତି ଅଞ୍ଚଳରେ ହଜାର ହଜାର ହେକ୍ଟର ଚାଷଜମୀରେ ପାଣି ଭରି ହୋଇଛି। ମହାନଦୀର ଆଡି ବନ୍ଧଠାରୁ ଡମପଡା ଅଭୟାରଣ୍ୟ ଜଙ୍ଗଲ ପର୍ଯ୍ୟନ୍ତ ୫ ରୁ ୧୫ ଫୁଟ ପର୍ଯ୍ୟନ୍ତ ବନ୍ୟାଜଳ ରହିଛି। ବିଲିପଡା ପଞ୍ଚାୟତର ୭ ରାଜସ୍ୱ ଗ୍ରାମ, ହରିରାଜପୁରର ଯୋରକୂଳ ଓ ଶିମିଳିପୁର ପଞ୍ଚାୟତର ଶୁଖୁଆଖଳା ଗ୍ରାମ ଏବେ ୬ ଦିନର ଜଳବନ୍ଦୀ ହୋଇ ରହିଛି। ପାନୀୟ ଜଳ, ଖାଦ୍ୟ ଓ ଅସୁସ୍ଥଙ୍କ ପାଇଁ ଔଷଧ ଏଠିକାରେ ମୁଖ୍ୟ ସମସ୍ୟା ହୋଇ ଉଠିଛି। ଅତି ବିପଦପୂର୍ଣ୍ଣ ଭାବରେ ଶୁଖୁଆଖଳଅ ଗ୍ରାମର ୧୮୦ ପରିବାରରୁ ଅଧିକ ବନ୍ୟା ପ୍ରଭାବରେ ଆତଙ୍କିତ ହୋଇଛନ୍ତି। ଏମାନଙ୍କୁ ପ୍ରଶାସନ ସେବା ଯୋଗାଇବାରେ ଅପହଞ୍ଚ ହୋଇଥିବା  ଗ୍ରାମବାସୀ କହିଛନ୍ତି। ଗୁରୁବାର ମଧ୍ୟ ରାତ୍ରିରୁ ଦୀର୍ଘ ଦେଢ କିଲୋମିଟର ପାଣି ଭିତରେ ଗୃହପାଳିତ ପଶୁମାନଙ୍କ ସୁରକ୍ଷା ପାଇଁ ୫ରୁ ୬ ଫୁଟ ପାଣିରେ ପଶି ଜଳସ୍ରୋତରେ ପହଁରି ୧୨ଜଣ ଗରୀବ ବିପର୍ଣ୍ଣ ରଣନଦୀର ଆଡିବନ୍ଧରେ ବିପଦପୂର୍ଣ୍ଣ ଭାବରେ ଆଶ୍ରୟ ନେଇଛନ୍ତି। ୩୦ଟି ଗାଈ ଏବଂ ୧୫୦ଟି ମେଣ୍ଢା ଏହି ବନ୍ଧରେ ୬ ଦିନ ଧରି ଆଶ୍ରୟ ନେଇଛନ୍ତି। ବନ୍ଧ ଉପରେ ବିଶ୍ରାମ ପାଇଁ କୁଡିଆ କରିବା ପାଇଁ ବାଉଁଶ ପୋତା ଯାଇଥିଲେ ମଧ୍ୟ ପାଲ ଅଭାବରୁ ଆଶ୍ରୟ କରିପାରି ନଥିବା ସମ୍ପର୍କରେ ଦେବାନନ୍ଦ ପିରୋଇ, କୈାଳାଶ ପିରୋଇ, କାଶିନାଥ ନାୟକ, ଅକୁର ପିରୋଇ, ବଚନ ପିରୋଇ, ପ୍ରଶାନ୍ତ କୁମାର ପିରୋଇ, ପ୍ରେମାନନ୍ଦ ପିରୋଇ, ସୁଦାମ ପିରୋଇ, ପ୍ରମୋଦ ପିରୋଇ, ପୂର୍ଣ୍ଣଚନ୍ଦ୍ର ପିରୋଇ ଓ ସମୀର ପିରୋଇ ପ୍ରମୁଖ ବିପର୍ଣ୍ଣଙ୍କ ପାଖରେ ଚୂଡା, ଚିନି, ଖାଦ୍ୟ କିମ୍ବା ପଶୁମାନଙ୍କ ପାଇଁ ଖାଦ୍ୟ କି ଔଷଧ ପହଞ୍ଚି ନଥିବା କହିଛନ୍ତି। ପାନୀୟ ଜଳ ଘୋର ସଂକଟ ଧରିଛି।

ସେହିପରି ଶୁଖୁଆଖଳା ଗ୍ରାମରେ ବହୁ ଗୋରୁ, ଗାଈ ଜଳସ୍ତର ବୃଦ୍ଧି ପାଇଥିବା ଯୋଗୁଁ ପ୍ରାୟ ୩୦ ପରିବାରରୁ ଅଧିକ ଲୋକଙ୍କର ଶତାଧିକ ଛେଳି ଓ ଗୋରୁ, ଗାଈ ରହିଯାଇଥିବା କହିଛନ୍ତି। ଦୀର୍ଘ ୬ ଦିନଧରି ଜଳବନ୍ଦୀରେ ଦୁର୍ଦ୍ଦଶା ଭୋଗୁଥିବା ଗ୍ରାମବାସୀଙ୍କ ପାଖରେ ବିଗତ ବନ୍ୟାରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦିଆଯାଇଥିବା ଡଙ୍ଗାଟି ଏକମାତ୍ର ସାହା ପାଲଟିଛି। ପଞ୍ଚାୟତ ପକ୍ଷରୁ ଆଜି ୬ ଦିନରେ କିଛି ଚୂଡା, ଚିନି ଓ ପାନୀୟଜଳ ପହଁଚିଥିବା ସୂଚନା ମିଳିଛି। ସେହିପରି ଏହି ପଞ୍ଚାୟତର କରବର ଗ୍ରାମ ସମ୍ପୂର୍ଣ୍ଣ ପାଣି ଘେରରେ। ଜଳବନ୍ଦୀ ହେତୁ ଘରୁ ବାହାରିବା ପାଇଁ ଅଣ୍ଟାଏ ପାଣି। ତଳିଆ ଅଂଚଳରେ ଥିବା ବିପନ୍ନମାନେ ମହାନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ପାଥପୁର ପଞ୍ଚାୟତ ଅନ୍ତର୍ଗତ କଇଁମୁଣ୍ଡି ଗ୍ରାମ ଜଳବନ୍ଦୀ ଥିଲାବେଳେ ପାଥପୁର, କୁଶପଙ୍ଗୀ, ଡମପଡା, ଭଗିପୁର ପଞ୍ଚାୟତର ହଜାର ହଜାର ହେକ୍ଟର କୃଷି କ୍ଷେତରେ ୫ରୁ ୧୦ ଫୁଟ ପାଣି ଜମି ରହିଛି। ବାଙ୍କୀ ବ୍ଲକ ଅନ୍ତର୍ଗତ ଓସ୍ତିଆ, ସୁବର୍ଣ୍ଣପୁର, ବାଉଁଶପୁଟ, ବନ୍ଦାଳ ପ୍ରମୁଖ ବନ୍ୟାଜଳରେ ପ୍ରଭାବିତ ହୋଇଛନ୍ତି। ଯଥାଶୀଘ୍ର ବିପନ୍ନମାନଙ୍କ ପାଖରେ ସରକାରୀ ରିଲିଫ ସହାୟତା ପହଁଚିବା ପାଇଁ ବିପନ୍ନମାନେ ଅନୁରୋଧ କରିଛନ୍ତି।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories