www.samajalive.in
Tuesday, December 9, 2025
26.1 C
Bhubaneswar

ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ଡାକ୍ତରଖାନାଗୁଡ଼ିକର ଷ୍ଟାର ରେଟିଂ ହେବ

ନୂଆଦିଲ୍ଲୀ : ଦେଶରେ ପ୍ରଥମ ଥର ପାଇଁ ଆୟୁଷ୍ମାନ ଭାରତ ଯୋଜନା ସହ ସାମିଲ ଡାକ୍ତରଖାନାଗୁଡ଼ିକ ତାରକା ମୂଲ୍ୟାୟନ ବା ଷ୍ଟାର ରେଟିଂ ପାଇବେ। ଏଇ ଡାକ୍ତରଖାନା ଗୁଡ଼ିକରେ ସ୍ୱାସ୍ଥ୍ୟ ସୁବିଧା ସ୍ତରରେ ଉନ୍ନତି ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସେମାନଙ୍କର ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ଏବଂ ସେବା ଉପରେ ଆଧାର କରି ଡାକ୍ତରଖାନାଗୁଡ଼ିକୁ ମୂଲ୍ୟାୟନ କରାଯିବ। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ  ଜନ ଆରୋଗ୍ୟ ଯୋଜନା ସହ ସାମିଲ ଡାକ୍ତରଖାନାଗୁଡ଼ିକର ତାରକା ମୂଲ୍ୟାୟନ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି।

ଏନଏଚଏ କହିଛି ଯେ, ଏହି ବ୍ୟବସ୍ଥା ରୋଗୀଙ୍କୁ ମଧ୍ୟ ସାହାଯ୍ୟ କରିବ ଏବଂ ଡାକ୍ତରଖାନାର ଅବସ୍ଥା ମଧ୍ୟ ସୁଦୃଢ ହେବ। ଏହି ଡାକ୍ତରଖାନାଗୁଡ଼ିକୁ ରେଟିଂ ଦେବା ପାଇଁ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ୬ଟି କ୍ଷେତ୍ରକୁ ବିଚାରକୁ ନିଆଯିବ। ଏଥିରେ ପ୍ରଭାବ, ସମୟ, ନିରାପତ୍ତା, ରୋଗୀ ପ୍ରତି ଧ୍ୟାନ, ଦକ୍ଷତା ଏବଂ ନିପେକ୍ଷତା ଅନ୍ତର୍ଭୁକ୍ତ।

- Advertisement -

ଏନଏଚଏର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଜେ.ଏଲ୍ ମୀନା କହିଛନ୍ତି, ‘ଡାକ୍ତରଖାନାଗୁଡ଼ିକର ଷ୍ଟାର୍ ରେଟିଂ ଆବଶ୍ୟକ କାରଣ ଏହା ଏହି ଡାକ୍ତରଖାନାଗୁଡ଼ିକରେ ପହଞ୍ଚୁଥିବା ହିତାଧିକାରୀଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଦେଇପାରିବ। ବର୍ତ୍ତମାନ ସୁଦ୍ଧା, ଦେଶର ୨୨,୭୬୯ ଡାକ୍ତରଖାନା ଆୟୁଷ୍ମାନ ଭାରତ ସହିତ ସାମିଲ ହୋଇଛନ୍ତି। ମୂଲ୍ୟାୟନ ପାଇଁ ୬ଟି କ୍ଷେତ୍ର ମଧ୍ୟରୁ ପ୍ରତ୍ୟେକରେ କିଛି ମାନକ ରହିବ ଯେପରିକି ଉନ୍ନତ ତଥା ସୁପର-ସ୍ପେଶାଲିଷ୍ଟ କେୟାର, ଡିସଚାର୍ଜ ସମୟ, ରୋଗୀଙ୍କ ସନ୍ତୋଷ ଜନକ ମନ୍ତବ୍ୟ ଅନ୍ତର୍ଭୁକ୍ତ।

ସେ କହିଛନ୍ତି ଯେ ଏହି ମୂଲ୍ୟାଙ୍କନରେ ୯୦ ପ୍ରତିଶତରୁ ଅଧିକ ସ୍କୋର କରୁଥିବା ଡାକ୍ତରଖାନାଗୁଡ଼ିକୁ ପାଞ୍ଚ ଷ୍ଟାର ଏବଂ ୭୫ ରୁ ୯୦ ପ୍ରତିଶତ ସ୍କୋର କରୁଥିବା ଡାକ୍ତରଖାନାଗୁଡ଼ିକୁ ଫୋର ଷ୍ଟାର ମୂଲ୍ୟାୟନ ପ୍ରଦାନ କରାଯିବ। ସେହିଭଳି ୫୦ ରୁ ୭୫ ପ୍ରତିଶତ ସ୍କୋର କରୁଥିବା ଡାକ୍ତରଖାନାଗୁଡ଼ିକୁ ତିନୋଟି ତାରକା, ୨୫ ରୁ ୫୦ ପ୍ରତିଶତ ସ୍କୋର କରୁଥିବା ଡାକ୍ତରଖାନାଗୁଡ଼ିକୁ ଦୁଇଟି ଷ୍ଟାର ଏବଂ ୨୫ ପ୍ରତିଶତରୁ କମ୍ ସ୍କୋର କରୁଥିବା ଡାକ୍ତରଖାନାଗୁଡ଼ିକୁ ଗୋଟିଏ ଷ୍ଟାର୍ ରେଟିଂ ଦିଆଯିବ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories