www.samajalive.in
Sunday, December 7, 2025
26.1 C
Bhubaneswar

ବନ୍ୟା ଜଳରେ ହୀରାକୁଦ ଜଳ ଭଣ୍ଡାରକୁ ଉପରମୁଣ୍ଡରୁ ଭାସି ଆସିଲା ଏକ ଗାଁ, ଦେଖନ୍ତୁ ଭିଡିଓ…

ହୀରାକୁଦ : ରାଜ୍ୟରେ ଲଗୁଚାପ ଜନିତ ବର୍ଷା ଏବଂ ମହାନଦୀର ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଥିଲା। ଯାହା ଫଳରେ ହୀରାକୁଦ ଜଳ ଭଣ୍ଡାରର ୪୬ ଟି ଗେଟ୍‌ ଖୋଲା ଯାଇଥିଲା। କିନ୍ତୁ ବର୍ତ୍ତମାନ ଉପରମୁଣ୍ଡରେ ବର୍ଷାର ପରିମାଣ କମିବା ସହ ହୀରାକୁଦ ଜଳ ଭଣ୍ଡାରର ଜଳସ୍ଥର ମଧ୍ୟ ହ୍ରାସ ପାଇଛି। ଯାହା ଫଳରେ ଜଳ ଭଣ୍ଡାରର ୧୦ ଟିଗେଟ୍ ବନ୍ଦ କରାଯାଇଥିବା ବେଳେ ମୋଟ୍ ୩୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି।

ତେବେ ହୀରାକୁଦ ଜଳ ଭଣ୍ଡାରରକୁ ମହାନଦୀର ଉପରମୁଣ୍ଡ ଛତିଶଗଡରୁ ଏକ ସମ୍ପୁର୍ଣ୍ଣ ଗାଁ ଭାସି ଆସିଥିବା ଦେଖିବାକୁ ମିଳିଛି। ଆଜି ସକାଳେ ଜଳ ଭଣ୍ଡାରେ ଗ୍ୟାସ ସିଲିଣ୍ଡରଠୁ ଆରମ୍ଭ କରି ବିଭିନ୍ନ ବାସନ ଏବଂ ଘରର ଚାଳ ଛପର ଭାସି ଆସି ଲାଗିଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ ଭାସି ଆସିଥିବା ଗାଁର ପ୍ରାୟ ୭୦ରୁ ଉର୍ଦ୍ଧ ଗୃହପାଳିତ ପଶୁଙ୍କ ମୃତ ଦେହ ମଧ୍ୟ ହୀରାକୁଦ ଜଳଭଣ୍ଡାରରେ ଲାଗିଛି। ମୃତ ଗୃହପାଳିତ ପଶୁଙ୍କ ମଧ୍ୟରେ ଗାଈ,ଛେଳି ରହିଥିବା ଦେଖାଯାଇଛି। ସ୍ବଭାଗ୍ୟବସତଃ ଭାସିଆସିଥିବା ଗୃହପାଳିତ ପଶୁଙ୍କ ମଧ୍ୟରେ ଦୁଇଟି ଗାଈ ଜୀବନ୍ତ ଥିବା ସ୍ଥାନୀୟ ଲୋକ ଦେଖିବାପରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଜଳଭଣ୍ଡାରରୁ ୨ ଜୀବନ୍ତ ଗାଈଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories