www.samajalive.in
Monday, December 8, 2025
14.1 C
Bhubaneswar

ମୁମ୍ବଇରେ ଥିଲେ ସୁଶାନ୍ତଙ୍କ ଭଳି ମୋତେ ମଧ୍ୟ ପଙ୍ଖାରେ ଟାଙ୍ଗି ଦିଆଯାଇଥାନ୍ତା : କଙ୍ଗନା

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ମୁମ୍ବଇ ପୁଲିସ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ମହାରାଷ୍ଟ୍ର ବିଜେପିର ଶକ୍ତିଶାଳୀ ନେତା ରାମ କଦମ ମୁମ୍ବଇ ପୁଲିସକୁ କଙ୍ଗନାଙ୍କୁ ସୁରକ୍ଷା ଦେବାକୁ କହିବା ପରେ କଙ୍ଗନା ନିଜେ ମୁମ୍ବଇ ପୁଲିସଠାରୁ ସୁରକ୍ଷା ନ ନେବା କଥା କହିଛନ୍ତି। ସେ କହିଛନ୍ତି, ମୁଭି ମାଫିଆଙ୍କ ଅପେକ୍ଷା ମୁମ୍ବଇ ପୁଲିସଠାରୁ ତାଙ୍କୁ ଅଧିକ ବିପଦ ରହିଛି। ସେ ମନାଲୀରେ ଅଛନ୍ତି, ତେଣୁ ସୁରକ୍ଷିତ ଅଛନ୍ତି ବୋଲି କଙ୍ଗନା ସାମାଜିକ ଗଣମାଧ୍ୟମରେ କହିଛନ୍ତି। ଯଦି ସେ ମୁମ୍ବଇରେ ଥାଆନ୍ତେ ତାହେଲେ ତାଙ୍କୁ ମଧ୍ୟ ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ପଙ୍ଖାରେ ଟାଙ୍ଗି ଦିଆଯାଇଥାଆନ୍ତା। କଙ୍ଗନା ଦୋହରାଇଛନ୍ତି ଯେ, ବଲିଉଡ଼ରେ ମୁଭି ମାଫିଆ ଓ ନିଶା କାରବାର ବିଷୟରେ ସେ ବହୁତ ଭଲଭାବେ ଅବଗତ। ଏଭଳି ପରିସ୍ଥିତିରେ ଏହାର ପର୍ଦ୍ଦାଫାସ କରିବା ପାଇଁ ତାଙ୍କୁ ମୁମ୍ବଇ ପୁଲିସ ବଦଳରେ ହିମାଚଳ ପୁଲିସର ସୁରକ୍ଷା ଆବଶ୍ୟକ। ନଚେତ୍‍ ମୋଦୀ ସରକାର ତାଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ।

କଙ୍ଗନା କହିଛନ୍ତି ଯେ, କିଛି ଲୋକ ତାଙ୍କୁ ଚୁପ୍‍ ରହିବାକୁ କହିବା ସହିତ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା ବାହାନାରେ ସେ ନିଜ ଶତ୍ରୁମାନଙ୍କଠାରୁ ପ୍ରତିଶୋଧ ନେଉଥିବା ଅଭିଯୋଗ କରିଛନ୍ତି। ଏହାସହିତ କହିଛନ୍ତି ଯେ, ସେ ତାଙ୍କ ଶତ୍ରୁଙ୍କଠାରୁ ପ୍ରତିଶୋଧ କାହିଁକି ନ ନେବେ। ତାଙ୍କ ଶତ୍ରୁ ତାଙ୍କୁ ଜୀବନରୁ ମାରିବାକୁ ଚାହୁଁଛନ୍ତି। ଯଦି କଙ୍ଗନା ନିଜ ଶତ୍ରୁଙ୍କୁ ନ ମାରିବେ ତେବେ ସେମାନେ ତାଙ୍କର କ୍ଷତି ଘଟାଇ ପାରନ୍ତି।

- Advertisement -

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ନେଇ କଙ୍ଗନା ଲଗାତର ଭାବେ ଚର୍ଚ୍ଚାରେ ରହିଛନ୍ତି। କଙ୍ଗନା ଇତି ମଧ୍ୟରେ ଅନେକ ଖୁଲାସା କରିଛନ୍ତି। ସୋସିଆଲ ମିଡିଆରେ ଲଗାତର ନିଜ ବିରୋଧୀମାନଙ୍କୁ ନେଇ ବିସ୍ଫୋରକ ବୟାନ ରଖୁଛନ୍ତି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories