www.samajalive.in
Saturday, December 13, 2025
14.1 C
Bhubaneswar

ଶେଷ ହେଲା ମାଟ୍ରିକ ପରୀକ୍ଷା, ୨୦ରୁ ଖାତା ଦେଖା

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ  ୨୦୧୮ ମାଟ୍ରିକ ପରୀକ୍ଷା ଗୁରୁବାର ଶେଷ ହୋଇଛି। ପରୀକ୍ଷା ଖାତାର ମୂଲ୍ୟାୟନ ୨୦ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ୫୭ଟି ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା ହୋଇଛି।

ଗତ ୨୩ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ୨୮୧୮ଟି  ପରୀକ୍ଷା କେନ୍ଦ୍ରରେ ୬ ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗୁରୁବାର ଶେଷ ଦିନରେ ଛାତ୍ରଛାତ୍ରୀମାନେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। କପି ରୋକିବା ପାଇଁ ଏବର୍ଷ ତ୍ରିସ୍ତରୀୟ ସ୍କ୍ୱାଡ୍‌ ଗଠନ ସତ୍ତ୍ୱେ ଚଳିତବର୍ଷର ମାଟ୍ରିକ ପରୀକ୍ଷା ବିବାଦୀୟ ହୋଇପଡ଼ିଥିଲା।  ସଂସ୍କୃତକୁ ଛାଡ଼ିଦେଲେ ଅଧିକାଂଶ ବିଷୟର ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଗୁରୁବାର ପରୀକ୍ଷାର ଶେଷ ଦିନରେ ମଧ୍ୟ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ ଜଗତସିଂହପୁର ଅଞ୍ଚଳରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ହ୍ୱାଟସ୍‌ ଆପ୍‌ରେ ବୁଲୁ ଥିବା ଦେଖିବାକୁ ମିଳିଛି।

- Advertisement -

ଅନ୍ୟପକ୍ଷରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ (ମାଟ୍ରିକ) ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଓ ମଧ୍ୟମା ପରୀକ୍ଷାର ମୂଲ୍ୟାୟନ ୨୦ରୁ ଆରମ୍ଭ ହେବ। ଏଥିପାଇଁ ୫୭ଟି ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ସେଥିରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ୫୦ଟି, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୪ଟି ଓ ମଧ୍ୟମା ପରୀକ୍ଷା ପାଇଁ ୪ଟି କେନ୍ଦ୍ର ରହିଥିଲେ ହେଁ ଗୋଟିଏ କମନ କେନ୍ଦ୍ର ରହିଛି ଯେଉଁଥିରେ ଉଭୟ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଓ ମଧ୍ୟମା ପରୀକ୍ଷାର ମୂଲ୍ୟାୟନ ହେବ। ଏହି ମୂଲ୍ୟାୟନ କାର୍ଯ୍ୟ ପାଇଁ ୧୩,୨୮୦ ପରୀକ୍ଷକ, ଉପମୁଖ୍ୟ ଏବଂ ମୁଖ୍ୟ ପରୀକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ନିଯୁକ୍ତି ପତ୍ର ବୋର୍ଡର ୱେବସାଇଟ୍‌ www.bseodisha.ac.inରେ ଉପଲବ୍ଧ କରାଯାଇଛି। ମୂଲ୍ୟାୟନ କାର୍ଯ୍ୟ ୨୦ ତାରିଖ ସାଢ଼େ ୯ଟାରୁ ଆରମ୍ଭ ହେଉଥିବାବେଳେ ୧୯ ତାରିଖ ୧୦ଟା ସୁଦ୍ଧା ପରୀକ୍ଷକ ମୂଲ୍ୟାୟନ କେନ୍ଦ୍ରରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି। ଜିଲା ଶିକ୍ଷାଧିକାରୀ ନିଜ ନିଜ ମୁଖ୍ୟ ପରୀକ୍ଷକ, କ୍ୟାମ୍ପ ଅଧିକାରୀ ଓ ସୁପରଭାଇଜରଙ୍କ ସହ ଅପରାହ୍ଣ ୩ଟାରେ ବୈଠକ କରିବା ସହ ଅନୁପସ୍ଥିତ ପରୀକ୍ଷକଙ୍କ ସ୍ଥାନରେ ନୂତନ ପରୀକ୍ଷକ ନିଯୁକ୍ତି ଦେବେ। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାର ସବ୍‌ଜେକ୍‌ଟିଭ ମୂଲ୍ୟାୟନ କାର୍ଯ୍ୟ ୧୨ ଦିନ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ମୂଲ୍ୟାୟନ କାର୍ଯ୍ୟ ପାଇଁ ୭ ଦିନ ଧାର୍ଯ୍ୟ କରାଯାଇଥିବାବେଳେ ମଧ୍ୟମା ପାଇଁ ୧୦ ଦିନ ଧାର୍ଯ୍ୟ କରାଯାଇଛି। କେନ୍ଦ୍ରର ଡାଟା ଏଣ୍ଟ୍ରି ଅପରେଟର ୨୦ ତାରିଖ ୯ଟାରୁ କେନ୍ଦ୍ରରେ ରହିବେ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories