www.samajalive.in
Monday, December 15, 2025
27.1 C
Bhubaneswar

ଅଚଳାବସ୍ଥା ଜାରୀ : ଉଭୟ ଗୃହ ମୁଳତବୀ

ନୂଆଦିଲ୍ଲୀ : ସଂସଦର ଉଭୟ ଗୃହକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। ଲୋକସଭାକୁ ଗୁରୁବାର ଦିନକ ପାଇଁ ଏବଂ ରାଜ୍ୟସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପରେ ରାଜ୍ୟସଭାକୁ ମଧ୍ୟ ଦିନକ ପାଇଁ ମୁଲତବୀ କରାଯାଇଛି। ଫଳରେ ଚତୁର୍ଥ ଦିନ ପାଇଁ ମଧ୍ୟ ଲୋକସଭାରେ କୌଣସି କାର୍ଯ୍ୟ ହୋଇପାରି ନାହିଁ।
ଲୋକସଭାରେ ବିରୋଧି ଦଳ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ନେଇ ହଟ୍ଟଗୋଳ ଲାଗିରହିବାରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଛିି। ଗୁରୁବାର ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଏ.ଆଇ.ଏ.ଡି.ଏମ୍‌.କେ., ଟି.ଡି.ପି. ଏବଂ ୱାଇ.ଏସ୍‌.ଆର୍‌. କଂଗ୍ରେସର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଚାଲିଆସି ସେମାନଙ୍କ ଦାବିକୁ ସମର୍ଥନ ଜଣାଇ ସ୍ଲୋଗାନମାନ ଦେଇଥିଲେ। କଂଗ୍ରେସ, ବାମପନ୍ଥୀ, ଟି.ଏମ୍‌.ସି. ଏବଂ ଅନ୍ୟ ସଦସ୍ୟମାନେ ଗୃହରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଅନିୟମିତତା ପ୍ରସଙ୍ଗ ଉଠାଇଥିଲେ। ଏହାର ଜବାବ୍‌ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି, ସଂସଦର ୧୯୩ ଅଧିନିୟମ ଅଧୀନରେ ଏହାକୁ ତାଲିକାଭୁକ୍ତ କରାଯାଇଥିବାରୁ ସରକାର ଏହି ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଟି.ଡି.ପି. ଏବଂ ୱାଇ.ଏସ୍‌.ଆର୍‌. କଂଗ୍ରେସ ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରି ସେମାନଙ୍କର ହଟ୍ଟଗୋଳ ଜାରି ରଖଥିଲେ। ଏ.ଆଇ.ଏ.ଡି.ଏମ୍‌.କେ.ର ସଦସ୍ୟମାନେ ମଧ୍ୟ କାବେରୀ ଜଳ ପରିଚାଳନା ବୋର୍ଡ଼ ଗଠନ ପ୍ରସଙ୍ଗକୁ ଉପସ୍ଥାପନ କରିଛନ୍ତି। ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁମିତ୍ରା ମହାଜନ ପ୍ରଥମେ ଗୃହକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଓ ପରେ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ସେହିପରି ରାଜ୍ୟ ସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଫଳରେ ଗୃୃହକୁ ମୁଲତବୀ ରଖାଯାଇଛି।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories