www.samajalive.in
Monday, December 15, 2025
17.1 C
Bhubaneswar

ସୁଶାନ୍ତଙ୍କ କାର୍ଡ଼ ବ୍ୟବହାର କରି ମନଇଚ୍ଛା ସପିଂ କରୁଥିଲେ ରିୟା : ସିଦ୍ଧାର୍ଥ ପିଠାନୀ

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଜୋରଦାର ତଦନ୍ତ କରୁଛି। ଶନିବାର ସିବିଆଇ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ, ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ଓ ଷ୍ଟାଫ୍‌ମାନଙ୍କୁ ପଚରାଉଚରା କରିଛି। ଇତି ମଧ୍ୟରେ ସିଦ୍ଧାର୍ଥ ପିଠାନୀ ରିୟାଙ୍କ ବିଷୟରେ ଏକ ବଡ଼ ତଥ୍ୟ ଉନ୍ମୋଚନ କରିଛନ୍ତି। ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ସିଦ୍ଧାର୍ଥ କହିଛନ୍ତି, ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ କାର୍ଡ଼ ବ୍ୟବହାର କରି ବହୁତ ସପିଂ କରୁଥିଲେ। ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ତାଙ୍କୁ ଏ କଥା କହିଥିଲେ ବୋଲି ସିଦ୍ଧାର୍ଥ କହିଛନ୍ତି।

ସିଦ୍ଧାର୍ଥଙ୍କ କହିବାନୁସାରେ, ଚଳିତ ବର୍ଷ ଆରମ୍ଭ ସମୟରେ ସୁଶାନ୍ତ ମୋତେ ତାଙ୍କ ପାଖକୁ ଡାକିଲେ ଓ ରହିବାକୁ କହିଲେ। ସେତେବେଳେ ମୁଁ ତାଙ୍କୁ ରିୟାଙ୍କ ବିଷୟରେ ପଚାରିବାରୁ ସେ କାନ୍ଦିବାକୁ ଲାଗିଥିଲେ ଓ କହିଥିଲେ, ସମସ୍ତେ ମୋତେ ଛାଡ଼ି ଚାଲିଯାଉଛନ୍ତି। ମୁଁ ସେତେବେଳେ କହିଥିଲି କେହି ନଥିଲେ ବି ମୁଁ ତୁମ ସହ ଅଛି। ସେଦିନ ମୁଁ ସୁଶାନ୍ତଙ୍କ ମ୍ୟାଜେନରଙ୍କ ସହ କଥା ହେବା ବେଳେ ସେ କହିଥିଲେ ଯେ ରିୟା ସୁଶାନ୍ତଙ୍କ କାର୍ଡରେ ମନଇଚ୍ଛା ସପିଂ କରୁଛନ୍ତି।

- Advertisement -

ପୂର୍ବତନ ମ୍ୟାନେଜର ଦିଶା ସାଲିୟନ୍‌ଙ୍କ ମୃତ୍ୟୁକୁ ନେଇ ମଧ୍ୟ ସୁଶାନ୍ତ ଖୁବ୍‍ ଚିନ୍ତିତ ଥିଲେ। ପିଠାନୀ କହିଛନ୍ତି ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତ ଚିନ୍ତାରେ ଥିଲେ। ତେଣୁ ସେ ତାଙ୍କୁ ନିଜ ପାଖରେ ଶୋଇବାକୁ ଓ ଦିଶାଙ୍କ ବିଷୟରେ ସବୁ ଅପ୍‌ଡେଟ୍‌ ଦେବାକୁ କହୁଥିଲେ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories