www.samajalive.in
Saturday, December 13, 2025
26.1 C
Bhubaneswar

କରୋନାରେ ଦୁଇ ଶିଶୁ ଆକ୍ରାନ୍ତ ପରେ ୪୮ ଘଣ୍ଟା ପାଇଁ କଲମପୁର ଓ ପାତ୍ରବସା ନିଷିଦ୍ଧାଞ୍ଚଳ ଘୋଷଣା

କଲମପୁର : କଲମପୁର ଅଂଚଳରେ ନିତି ପ୍ରତି ଦିନ ଚିହ୍ନଟ ହଉଛନ୍ତି କରୋନା ସଂକ୍ରମିତ। ଶନିବାର ୩ ଜଣ ଚିହ୍ନଟ ହେଇଥିବା ବେଳେ ରବିବାର ପୁଣି ଦୁଇ ଶିଶୁ କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ହେଇଥିବା ଜଣା ପଡିଛି। ଦୁଇ ଶିଶୁଙ୍କ ମଧ୍ୟରୁ ଜଣକର ଘର କଲମପୁର ହେଇଥିବା ବେଳେ ଅନ୍ୟ ଜଣକର ଘର ପାତ୍ରବସା ବୋଲି ସୁଚନା ମିଳିଛି। ଦୁଇ ସଂକ୍ରମିତଙ୍କ ସମ୍ବନ୍ଧରେ ସୁଚନା ମିଳିବା ପରେ ପଣ୍ଡିଗାଁ ସରପଂଚ ବନଜା ବାସିନୀ ମହାପାତ୍ର ରବିବାର ଅପରାହ୍ନ ୧ ଘଣ୍ଟା ଠାରୁ ମଙ୍ଗଳବାର ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଦୀର୍ଘ ୪୮ ଘଣ୍ଟା ଧରି ପାତ୍ରବସା ର ସଂପୃକ୍ତ ଶିଶୁର ରହୁଥିବା ଅଂଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି।

ସଂପୃକ୍ତ ଶିଶୁଟି ଗତ କିଛି ଦିନ ତଳେ ଜୟପାଟଣାରେ ଥିବା ନିଜ ମାମୁ ଘରକୁ ଯାଇ ଫେରିଥିଲା। ସମ୍ଭବତଃ ଜୟପାଟଣା ଠାରୁ ସଂକ୍ରମିତ ହେଇଥିବା ଅନୁମାନ କରାଯାଉଛି। ଅନ୍ୟପଟେ ଅନ୍ୟ ଜଣେ କଲମପୁର ର ଶିଶୁ ଗତ ଦୁଇ ଦିନ ତଳେ ଭବାନିପାଟଣା ନିଜ ଅବିଭାବକ ସହିତ ଜଣେ ସଂପ୍ରକୀୟର ଚିକିତ୍ସା ପାଇଁ ଯାଇଥିଲା। ସେହି ଠାରୁ ସେ ସଂକ୍ରମିତ ହେଇଥିବା ଆଲୋଚନା ହେଉଛି। ସ୍ଥାନୀୟ ସଂକ୍ରମଣ ହେଇଥିବାରୁ କଲମପୁର ବସ୍ତିକୁ ୪୮ ଘଣ୍ଟା ପାଇଁ ସରପଂଚ ମୀନା କୁମାରୀ ମାଝୀ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ଏହି ସମୟ ଅବଧି ମଧ୍ୟରେ ଅତ୍ୟନ୍ତ ଆବଶ୍ୟକ ନପଡିଲେ ଲୋକଙ୍କୁ ଘରରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। ଏହାସହ ଏସମୟ ଅବଧି ମଧ୍ୟରେ କିଛି ଅତ୍ୟବଶକୀୟ ସାମଗ୍ରୀ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ସୁଚନା ଦିଆଯାଇଛି। ଜୟପାଟଣା ଅଂଚଳର ଜଣେ ରୋଗୀ କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିବା ବେେଳେ ସେ ମଧ୍ୟ କରୋନା ଆକ୍ରାନ୍ତ ହେଇଥିବା ସୁଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories