ରେଙ୍ଗାଲି: ଆଜି ସମ୍ବଲପୁରରୁ ଝାରସୁଗୁଡାକୁ ଚୋରା ଗଞ୍ଜେଇ ଚାଳାଣ ହେଉଥିବା ରେଙ୍ଗାଲି ଥାନା ଅଧିକାରୀ ଧବଲେଶ୍ୱର ସାହୁ ଖବର ପାଇ ସଦଳବଳେ ରାମାପଡାରେ ଯାଞ୍ଚ କରିଥିଲେ। ଏଠାରେ ଏକ ଗାଡ଼ି ଭିତରୁ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଚୋରା ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଳାଣ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏ ସଂକ୍ରାନ୍ତରେ ରେଙ୍ଗାଲି ଥାନା କେସ୍ ନଂ ୧୫୧ତା.୨୯/୮/୨୦୨୦ ରେ ଦଫା ୨୦(ବି)(୨) (ସି) ଏନ୍ଡିପିଏସ୍ ଅକ୍ଟ ରେ ମାମଲା ରୁଜୁ କରାଯାଇଛି।
Popular Categories



