www.samajalive.in
Thursday, December 11, 2025
15.1 C
Bhubaneswar

କରୋନାରୁ ଭଲ ହେବା ପରେ କେଉଁ ସମସ୍ୟା ଦେଖା ଦେଇପାରେ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮,୭୬୧ ଟି ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ପ୍ରତି ଦିନରେ କରୋନା ସଂକ୍ରମଣର ନୂଆ  ରେକର୍ଡ ସୃଷ୍ଟି ହେଉଛି। ଏପର୍ଯ୍ୟନ୍ତ ଭାରତରେ ୩୫ ଲକ୍ଷ ୪୨ ହଜାରରୁ ଅଧିକ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ ପ୍ରାୟ ୭ ଲକ୍ଷ ୬୫ ହଜାର ମାମଲା ସକ୍ରିୟ ରହିଛି ଏବଂ ୨୭ ଲକ୍ଷ ୧୩ ହଜାର ରୁ ଅଧିକ ରୋଗୀ ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ସୁସ୍ଥ ହେବା ପରେ ମଧ୍ୟ କରୋନା ଭୂତାଣୁ ପ୍ରଭାବରେ କୌଣସି ସମସ୍ୟା ସୃଷ୍ଟି ହୋଇପାରେ କି? ଆସନ୍ତୁ ଜାଣିବା ବିଶେଷଜ୍ଞମାନେ ଏହା ଉପରେ କ’ଣ କୁହନ୍ତି …

ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁମାନେ କରୋନା ସଂକ୍ରମିତ ହୋଇଥିଲେ କିମ୍ବା ଭେଣ୍ଟିଲେଟରରେ ଥିଲେ ସେମାନେ ସୁସ୍ଥ ହେବା ପରେ କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ଗୋଟିଏ କାରଣ ହେଉଛି ସେମାନଙ୍କ ଭିତରେ ଥିବା ଭୟ ଏବଂ ଚିନ୍ତା। କୋଭିଡରୁ ସୁସ୍ଥ ହେବା ପରେ ଥକ୍କାପଣ, ଖାଇବାରେ ଅସୁବିଧା, ସ୍ୱାଦହୀନ, ନିଶ୍ୱାସ ନେବାରେ ଅସୁବିଧା ଇତ୍ୟାଦି। ତେଣୁ ଆରୋଗ୍ୟ ହେବା ପରେ ତାଜା ଖାଦ୍ୟ ଖାଇବା, ବ୍ୟାୟାମ କରିବା କିମ୍ବା ଯୋଗ କରିବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇପାରେ । କିନ୍ତୁ ଯଦି ସମସ୍ୟା ବୃଦ୍ଧି ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ ଉଚିତ୍।

- Advertisement -

ଜଣେ ଡାକ୍ତର କହିଛନ୍ତି ଯେ, ଅନେକ ପ୍ରକାରର ସାନିଟାଇଜର ବଜାରକୁ ଆସୁଛନ୍ତି। ଏହାର ସୁଗନ୍ଧ କିମ୍ବା ରଙ୍ଗକୁ ଭରସା କରି ବ୍ୟବହାର କରନ୍ତୁ ନାହିଁ। ଯେପରି ୭୦% ଅଲ୍‌କୋହଲ ଥିବ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ସାନିଟାଇଜର ଅଧିକ ମାତ୍ରାରେ ବ୍ୟବହାର କରନ୍ତୁ ନାହିଁ। ଦୁଇ ହାତ ଜୀବାଣୁ ମୁକ୍ତ ହେଲା ଭଳି ସାନିଟାଇଜର ବ୍ୟବହାର କରନ୍ତୁ। ନଖ ଚାରିପାଖରେ ଆଙ୍ଗୁଠି ମଧ୍ୟରେ ଲଗାନ୍ତୁ। କିନ୍ତୁ ନିକଟରେ ଯଦି ପାଣି ଉପଲବ୍ଧ ଅଛି ତେବେ ସାବୁନ ବ୍ୟବହାର କରିବା ଭଲ।

ଅନ୍ୟ ଡାକ୍ତରଙ୍କ ମତ ଅନୁଯାୟୀ, ଘରୁ ବାହାରକୁ ଯିବା ସମୟରେ ମାସ୍କ ବ୍ୟବହାର କରନ୍ତୁ। ପରିବାରର ସମସ୍ତେ ସୁସ୍ଥ ଥିଲେ, ଘରେ ମାସ୍କ ପ୍ରୟୋଗ କରିବାର କୌଣସି ଆବଶ୍ୟକତା ନାହିଁ। ଥରେ ମାସ୍କ ଲଗାଇଲେ, ପରଦିନ ଏହାକୁ ବ୍ୟବହାର କରନ୍ତୁ ନାହିଁ । ଯଦି ମାସ୍କ କପଡ଼ାରେ ତିଆରି ହୋଇଥାଏ, ତେବେ ଏହାକୁ ଧୋଇ ବ୍ୟବହାର କରିପାରିବେ। ନିଜ ପାଖରେ ଦୁଇଟି ମାସ୍କ ରଖିବା ଭଲ, ଯାହାଫଳରେ ଗୋଟିଏ ଧୋଇବା ପରେ ଅନ୍ୟକୁ ବ୍ୟବହାର କରିପାରିବେ। ଯଦି ସର୍ଜିକାଲ୍ ମାସ୍କ ବ୍ୟବହାର କରୁଛନ୍ତି, ତେବେ ଥରେ ବ୍ୟବହାର ପରେ ଏହାକୁ ନଷ୍ଟ କରିଦିଅନ୍ତୁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories