ମହିମା ମିଶ୍ରଙ୍କ ଜାମିନ ଶୁଣାଣି ଆଜି

0

କଟକ : ପାରାଦ୍ୱୀପ ତାରିଣୀଗଡ଼ା ଗୁଳିକାଣ୍ଡ ଓ ମଧୁପାଟଣା ପ୍ରେସ୍‍ ଛକ ଗୁଳିକାଣ୍ଡ ଓ ବୋମାମାଡ଼ ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଦୁଇଟି ନିୟମିତ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଦେବବ୍ରତ ଦାଶଙ୍କ ଖଣ୍ଡପୀଠ ଆସନ୍ତାକାଲି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୬ ମେ ୨୯ ରାତିରେ ତାରିଣୀଗଡା ନିକଟରେ ଦୁଇ ଯୁବକ ଜ୍ୟୋତିକାନ୍ତ ପରିଡା ଓରଫ୍‍ ବାପୁ ଓ ଆଶୁତୋଷ ସ୍ୱାଇଁ ଓରଫ ବାବୁଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସିୱେଜ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟାକାଣ୍ଡ ମାମଲାରେ ଗିରଫ ହେବା ପରେ ଶ୍ରୀ ମିଶ୍ରଙ୍କୁ ପାରାଦୀପ ପୁଲିସ୍‍ ଏହି ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଦର୍ଶାଇଥିଲା। ଏହି ମାମଲାରେ ନିମ୍ନ ଅଦାଲତ ତାଙ୍କ ଜାମିନ ନାମଞ୍ଜୁର କରିବା ପରେ ଶ୍ରୀ ମିଶ୍ର ହାଇକୋର୍ଟରେ ଆବେଦନ କରିଥିଲେ। ପୂର୍ବରୁ ୨୦୧୭ ଜୁନ୍‍ ୮ରେ ତାଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ସେହିପରି ପ୍ରସଛକ ବୋମା ମାଡ଼ ଓ ଗୁଳିକାଣ୍ଡ ଘଟଣାରେ ଆଜି ଶୁଣାଣି ହେବ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜୟଦୀପ ପାଲ ମାମଲା ପରିଚାଳନା କରୁଛନ୍ତି।

Leave A Reply