www.samajalive.in
Wednesday, December 10, 2025
17.1 C
Bhubaneswar

ଆଇପିଏଲ୍‌ ପୂର୍ବରୁ ଚେନ୍ନଇ ସୁପର କିଙ୍ଗସ୍‌କୁ ଆଉ ଏକ ଝଟକା : ଆଇପିଏଲରୁ ଓହରିଲେ ସୁରେଶ ରୈନା

ନୂଆଦିଲ୍ଲୀ : ଆଇପିଏଲ୍‌ ପୂର୍ବରୁ ୩ ଥର ଆଇପିଏଲ୍‌ ଚମ୍ପିଆନ ଚେନ୍ନଇ ସୁପର କିଙ୍ଗସ୍‌କୁ ଲାଗିଛି ଆଉ ଏକ ଝଟକା। ଆଇପିଏଲ୍‌ ପୂର୍ବରୁ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ସୁରେଶ ରୈନା ଦଳରୁ ଓହରି ଯାଇଛନ୍ତି। ନିଜର ବ୍ୟକ୍ତିଗତ କାରଣ ଯୋଗୁ ରୈନା ଭାରତ ପ୍ରତ୍ୟାବର୍ତନ କରିଛନ୍ତି । ରୈନା ଚଳିତ ଆଇପିଏଲ୍‌ ଖେଳିବେ ନାହିଁ ବୋଲି ଜଣାପଡିଛି। କିନ୍ତୁ ରୈନା ଭାରତ ଫେରିବାର କାରଣ କଣ ରହିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୁରେଶ ରୈନା ବ୍ୟକ୍ତିଗତ କାରଣରୁ ୟୁଏଇରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିବା ଚେନ୍ନଇ ସୁପର କିଙ୍ଗସ୍‌ ସିଇଓ କେ ଏସ ବିଶ୍ବନାଥନଙ୍କ ତରଫରୁ ସିଏସକେ ନିଜର ଟ୍ବିଟର ପେଜରେ ସୂଚନା ଦିଆଯାଇଛି। ଟ୍ବିଟରେ ଉଲ୍ଲେଖ ରହିଛି ଯେ, ସୁରେଶ ରୈନା ବ୍ୟକ୍ତିଗତ କାରଣରୁ ଆଇପିଏଲର ୧୩ତମ ସଂସ୍କରଣରେ ଉପସ୍ଥିତ ରହିବେ ନାହିଁ । ଚେନ୍ନାଇ ସୁପର କିଙ୍ଗ୍ସ ଏହି ସମୟରେ ସୁରେଶ ଓ ତାଙ୍କ ପରିବାରର ସହ ରହିଛି ।


ସୂଚନାଯୋଗ୍ୟ ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଥିବା  ଆଇପିଏଲ୍ ୨୦୨୦ର ୧୨ତମ ସଂସ୍କରଣ ପୂର୍ବରୁ ଚେନ୍ନଇ ସୁପର କିଙ୍ଗସ ପାଇଁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। ପ୍ରଥମେ ଦଳର ୧୨ ଜଣ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଯାହା ଫଳରେ ଦଳର କ୍ବାରେଣ୍ଟାଇନ ଅବଧି ବଢାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ଅଭ୍ୟାସ ପାଇଁ ପଡିଆକୁ ମଧ୍ୟ ଓହ୍ଲାଇ ପାରିନାହିଁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories