ରଥଯାତ୍ରା ପାଇଁ ମା’ ତାରିଣୀଙ୍କ ଆଜ୍ଞାମାଳ ଗ୍ରହଣ କଲେ ପୁରୀ ଜିଲାପାଳ

0

ଘଟଗାଁ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ମଙ୍ଗଳବାର ଘଟଗାଁ ଗସ୍ତରେ ଆସି ମା’ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ମା’ଙ୍କ ଆଜ୍ଞାମାଳା ଧରି ଫେରିଥିବା ଜଣାପଡିଛି। ଏହି ଅବସରରେ ସ୍ଥାନୀୟ ତହସିଲଦାର ପ୍ରମୋଦ କୁମାର ପୃଷ୍ଟି, ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନନ୍ଦ ଚନ୍ଦ୍ର ସିଂହ, ଟ୍ରଷ୍ଟ ସଦସ୍ୟ ନିର୍ମଳ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ତାରିଣୀଙ୍କ ଆଜ୍ଞାମାଳ ନପହଞ୍ଚିବା ପର୍ଯ୍ୟନ୍ତ ରଥ ଅନୁକୂଳ ହୋଇପାରି ନଥାଏ ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି।

Leave A Reply