www.samajalive.in
Sunday, December 14, 2025
16.1 C
Bhubaneswar

ସମ୍ଭାବିତ ବନ୍ୟାଞ୍ଚଳ ପରିଦର୍ଶନ କଲେ ରେଙ୍ଗାଲି ବିଡିଓ

ରେଙ୍ଗାଲି : ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଭେଡେନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ରେଙ୍ଗାଲି ବ୍ଳକ୍‍ ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁ ସକାଳୁ ଭେଡେନ ନଦୀ ପ୍ରବାହିତ ହେଉଥିବା ଠେଲକୁଲି ଅଞ୍ଚଳ ପରିଦର୍ଶନ କରିବା ପରେ ଅପରାହ୍ନରେ ଲଇଡା ସରପଞ୍ଚ ଯୁଗଳକିଶୋର ସାହୁଙ୍କ ସହିତ ଭେଡେନ ନଦୀ ପାଖକୁ ଯାଇ ନଦୀର ଜଳ ପତ୍ତନ ଦେଖିବା ସହିତ ନଦୀର ଜଳ ପତ୍ତନ ବୃଦ୍ଧି ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ଥିବା ଦଳପତପାଲି ଗ୍ରାମର ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀମାନଙ୍କୁ ନିଦ୍ଦେର୍ର୍ଶ ଦିଆଯାଇଛି ବୋଲି ବିଡିଓ ଶ୍ରୀ ସାହୁ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories