www.samajalive.in
Sunday, December 7, 2025
26.1 C
Bhubaneswar

୫୧% ଚୀନା ନାଗରିକଙ୍କ ପସନ୍ଦ ମୋଦୀ; ଭାରତର ଚୀନ ବିରୋଧୀ ମନୋଭାବକୁ ୭୦% ଲୋକଙ୍କ ନାପସନ୍ଦ

ବେଜିଂ: ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଏବେ ଶୀର୍ଷସ୍ତରରେ । ଦୁଇ ଦେଶ ସୀମାରେ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛନ୍ତି ।  ସାମରିକ ବାହିନୀକୁ ପ୍ରତ୍ୟେକ ପରିସ୍ଥିତିର ସମ୍ମୁଖୀନ ହେବା ନିମନ୍ତେ ପ୍ରସ୍ତୁତ ରହିବାକୁ ଭାରତ ନିର୍ଦେଶ ଦେଇଛି। ଏହି ସ୍ଥିତିରେ ଚୀନର ସରକାରୀ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଦୁଇ ଦେଶର ସମ୍ପର୍କ ଓ ଅନ୍ୟାନ୍ୟ ପ୍ରସଙ୍ଗରେ କରାଯାଇଥିବା ସର୍ବେକ୍ଷଣରେ ରୋଚକ ତଥ୍ୟ ପଦାକୁ ଆସିଛି ।

ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚୀନର ଲୋକମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବେଶ୍ ପ୍ରଶଂସା କରିଛନ୍ତି । ସର୍ଭେରେ ଅଂଶଗ୍ରହଣ କରିଥିବା ଲୋକଙ୍କ ମଧ୍ୟରୁ ୫୧% ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକଳାପ ପ୍ରଶଂସନୀୟ ବୋଲି କହିଛନ୍ତି । ଏଥିରୁ ଚୀନା ଲୋକ ନିଜ ଦେଶର ନେତାମାନଙ୍କ ପ୍ରତି ଖୁସି ନାହାନ୍ତି ବୋଲି ପ୍ରମାଣିତ ହୋଇଛି ।

ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁସାରେ ୭୦% ଚୀନ ଲୋକ ଭାରତରେ ଚୀନ ବିରୋଧୀ ମନୋଭାବ ଆବଶ୍ୟକଠାରୁ ଅଧିକ ବୋଲି କହିଛନ୍ତି । ଅନ୍ୟପକ୍ଷରେ ୩୦% ଲୋକଙ୍କ କହିବା କଥା ହେଉଛି ଭବିଷ୍ୟତରେ ଚୀନ-ଭାରତ ସମ୍ପର୍କ ଭଲ ହେବ । ଏହି ସର୍ଭେରେ ଚୀନା ଲୋକମାନେ ରୁଷ, ଜାପାନ, ପାକିସ୍ଥାନ ପରେ ଭାରତକୁ ସବୁଠୁ ପସନ୍ଦର ଦେଶ ବୋଲି କହିଛନ୍ତି ।

- Advertisement -

ଅନ୍ୟପକ୍ଷରେ ସର୍ଭେରେ ସାମିଲ ଲୋକଙ୍କ ମଧ୍ୟରୁ ୯୦% ଲୋକ ଭାରତ ବିରୋଧରେ ସେନା କାର୍ଯ୍ୟାନୁଷ୍ଠାନରେ ସହମତି ପ୍ରକାଶ କରିଛନ୍ତି । ୫୦% ଲୋକଙ୍କ କହିବା କଥା ହେଉଛି ଭାରତର ଅର୍ଥବ୍ୟବସ୍ଥା ଚୀନ ଉପରେ ଅତିମାତ୍ରାରେ ନିର୍ଭରଶୀଳ । ବର୍ତମାନ ଯେପରି ସ୍ଥିତି ରହିଛି ତାହା ଲାଗି ରହିଲେ ଭାରତର ଅର୍ଥନୀତି କ୍ଷତିଗ୍ରସ୍ତ ହେବ ବୋଲି ଏହି ଲୋକମାନେ ମତ ଦେଇଛନ୍ତି ।
୫୬% ଚୀନ ଲୋକ ଭାରତ ସମ୍ପର୍କରେ ସେମାନଙ୍କର ରୁଚି ରହିଥିବା କହିଛନ୍ତି ଓ ଏହି ଦେଶ ସମ୍ପର୍କରେ ସେମାନଙ୍କର ଧାରଣା ଥିବା କହିଛନ୍ତି । ଅନ୍ୟପକ୍ଷରେ ୫୭% ଚୀନ ଲୋକ ଭାରତୀୟ ସେନା ଚୀନ ସେନା ତୁଳନାରେ ଦୁର୍ବଳ ଓ ଚୀନ ସେନାର ମୁକାବିଲା କରିବାକୁ ସକ୍ଷମ ନୁହନ୍ତି ବୋଲି ଭାବୁଛନ୍ତି । ତେବେ ଚୀନର ବୈଷୟିକ କମ୍ପାନୀ ହୁୱାଇ ଭାରତ ପ୍ରତି ଅନୁକୂଳ ମନୋଭାବ ପୋଷଣ କରିଛି । କମ୍ପାନୀ କହିଛି ଭାରତରେ କାର୍ଯ୍ୟ କରିବାକୁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ଓ ଗତ ୨୦ ବର୍ଷ ଧରି ଭାରତରେ କାର୍ଯ୍ୟ କରିବାରେ କୌଣସି ସମସ୍ୟା ହୋଇନାହିଁ ।
ଏହି ରିପୋର୍ଟ ଅନୁସାରେ ଆମେରିକା, ବ୍ରିଟେ୍ନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଆଦି ଦେଶ ହୁୱାଇ ଉପରେ ପ୍ରତିବନ୍ଧକ ଲଗାଇଛି ।  ମାତ୍ର ଭାରତ ୫୯ ଚୀନା ଆପ୍ ଉପରେ ପ୍ରତିବଦ୍ଧକ ଲଗାଇଥିଲେ ହେଁ ହୁୱାଇ ବିରୋଧରେ ସିଧାସଳଖ କୌଣସି ପଦକ୍ଷେପ ନେଇନାହିଁ । ଟେଲିକମ କ୍ଷେତ୍ରରେ ଚୀନା ସାମଗ୍ରୀ ବ୍ୟବହାର ନିମନ୍ତେ ସଙ୍କେତ ଦିଆଯାଇଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories